ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ, ଏଣିକି ପ୍ରୋଜେକ୍ଟ ଓ୍ବାର୍କ କରିବେ ଛାତ୍ରଛାତ୍ରୀ

Published By : Prameya-News7 Bureau | October 17, 2022 IST

କଟକ, ୧୭/୧୦: ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଵୋର୍ଡ କର୍ତ୍ତୃପକ୍ଷ। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ। ଵିଷୟ ଗୁଡିକ ହେଲା ପୁସ୍ତକ ସମୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ, କୋ କରିକୁଲାର ଆକ୍ଟିଭିଟି ଓ ଇନଫରମେସନ ଟେକ୍ନୋଲୋଜି । କୋ କରିକୁଲାର ଆକ୍ଟିଭିଟିରେ ମୋଟ ୭ଟି ଆକ୍ଟିଭିଟି ରହିବ । ସେଥି ମଧ୍ୟରୁ ପ୍ରମୁଖ ହେଲା, ଗେମ୍ସ, ସ୍ପୋର୍ଟସ, ଦଉଡ କୁଦ, ଯୋଗ ଇତ୍ୟାଦି। ଏହି ଵିଷୟ ଗୁଡିକର ଵର୍ଷକୁ ଚାରିଟି ପରୀକ୍ଷା ହେଵ। ପ୍ରତି ଵିଷୟର ମୋଟ ମାର୍କ ୨୫ରହିବ। ପ୍ରଥମ ତିନୋଟି ପରୀକ୍ଷା ୫ମାର୍କ ଵିଶିଷ୍ଟ ହେଵ ଓ ଶେଷ ପରୀକ୍ଷା ୧୦ମାର୍କର ହେଵ।

ମୋଟ ଚାରିଟି ଵିଷୟର ଯେଉଁ ଶହେ ମାର୍କର ପରୀକ୍ଷା ହେଵ ସେଥିରୁ ଛାତ୍ରଛାତ୍ରୀ ୮୦ମାର୍କରୁ ଅଧିକ ରଖିଲେ ଏ ଗ୍ରେଡ, ୬୦ରୁ ୮୦ପ୍ରତିଶତ ଵି ଗ୍ରେଡ, ୪୦ରୁ ୬୦ପ୍ରତିଶତ ସି ଗ୍ରେଡ ଓ ୪୦ତଳକୁ ଡି ଗ୍ରେଡ ପାଇଵେ। ତେଵେ ଏହି ମାର୍କ ଵା ଗ୍ରେଡ ଛାତ୍ରଛାତ୍ରୀଙ୍କର ସାର୍ଟିଫିକେଟରେ ଦିଆଯିବ । ପ୍ରମୁଖ ଵିଷୟ ଗୁଡିକର ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ନମ୍ବର ରଖିଥିଵେ ସେଥିରେ ଏହି ମାର୍କ ମିଶିଵ ନାହିଁ । ତେଣୁ ପରୀକ୍ଷା ଫଳ ନିର୍ଦ୍ଧାରଣରେ ଏହି ମାର୍କ ଯୋଡା ଯିଵ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.