ବ୍ରିଟେନରେ ବ୍ୟାପୁଛି Covid-19ର ନୂଆ ଷ୍ଟ୍ରେନ ‘ଏରିସ୍’, ସତର୍କ କଲେ WHO
5/08/2023 at 7:40 PM

ଲଣ୍ଡନ ୫।୮: ବ୍ରିଟେନରେ ଏବେ କୋଭିଡ-୧୯ର ନୂଆ ଷ୍ଟ୍ରେନ୍ ପ୍ରକୋପ କରୁଛି। କରୋନାର ଏହି ନୂଆଭାରିଆଣ୍ଟକୁ ଇ.ଜି.୫.୧ ନାମିତ କରାଯାଇଛି। ଏହା ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ହୋଇଛି। ତେବେ ଚିନ୍ତାର ବିଷୟ ହେଉଛି ଏହା ଲୋକଙ୍କ ମଧ୍ୟରେ ତୀବ୍ର ବ୍ୟାପୁଛି। ଏହି ନୂଆଭାରିଆଣ୍ଟ ଗତମାସରେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଦେଶରେ ବ୍ୟାପିବାରେ ଲାଗିଲାଣି। ବ୍ରିଟେନ ସ୍ୱାସ୍ଥ୍ୟ ଏଜେନ୍ସୀଙ୍କ ଅନୁସାରେ ଇ.ଜି.୫.୧କୁ ‘ଏରିସ’ ନାମରେ ନାମିତ କରାଯାଇଛି।
ଶିକ୍ଷୟିତ୍ରୀଙ୍କୁ ୬୦୦ ବର୍ଷ ଜେଲ୍, ଛାତ୍ରଙ୍କ ସହ କରୁଥିଲେ ଯୌନ ଶୋଷଣ
ହେଲଥ୍ ଏଜେନ୍ସୀଙ୍କ ଅନୁସାରେ ଜୁଲାଇ ୩ ତାରିଖରେ ପ୍ରଥମ ଥର ‘ଏରିସ୍’କୁ ଅନ୍ତର୍ଜାତୀୟ ସ୍ତରରେ କୋଭିଡର ନୂଆ ଭାରିଆଣ୍ଟ ରୂପେ ଚିହ୍ନଟ କରାଯାଇଥିଲା। ସେବେଠାରୁ ଗ୍ଲୋବାଲ ହେଲଥ୍ ଏଜେନ୍ସୀ ଡବ୍ଲୁଏଚଓ ନୂଆ ଷ୍ଟ୍ରେନ୍ ଉପରେ ଧ୍ୟାନ ରଖିବା ଆରମ୍ଭ କରିଥିଲେ। ଏରିସ୍ ଭାରିଆଣ୍ଟ ବିପଦଜନକ ବୋଲି ଏପର୍ଯ୍ୟନ୍ତ ସଂକେତ ମିଳି ନାହିଁ। ତେବେ ଡବ୍ଲୁଏଚଓଙ୍କ ଟେଡ୍ରୋସ୍ ଗୋବ୍ରିଏସିସ୍ ବିଶ୍ୱର ସବୁ ଦେଶଙ୍କୁ କୋଭିଡ ନୂଆ ଷ୍ଟ୍ରେନ୍ ନେଇ ସତର୍କତା ଜାରି କରିଦେଇଛନ୍ତି।

ଦେଶମାନଙ୍କୁ ସତର୍କତା ଅବଲମ୍ବନ କରିବାରେ ଅବହେଳା କରିବା ଉଚିତ ନୁହେଁ ବୋଲି ଗୋବ୍ରିଏସିସ୍ କହିଛନ୍ତି। ବ୍ରିଟେନ ହେଲଥ୍ ଏଜେନ୍ସୀଙ୍କ ତଥ୍ୟ ଅନୁସାରେ କୋଭିଡ-୧୯ର ନୂଆ ମାମଲାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୪.୬ ପ୍ରତିଶତ। ହେଲଥ୍ ଏଜେନ୍ସୀଙ୍କ ଅନୁସାରେ ରେସ୍ପିରେଟରୀ ଡେଟାମାର୍ଟ ସିଷ୍ଟମ ମାଧ୍ୟମରେ ପାଖାପାଖି ୪,୩୯୬ ନମୁନା ସଂଗ୍ରହ କରାଯାଇଥିଲା। ଏଥିରେ ୫.୪ ପ୍ରତିଶତଙ୍କ ଠାରେ କରୋନା ଚିହ୍ନଟ ହୋଇଛି।
୨୦ ମିନିଟ୍ରେ ମହିଳା ପିଇ ଗଲେ ଏତିକି ଲିଟର ପାଣି, ‘ୱାଟର ଟକ୍ସିଟି’ କାରଣରୁ ହୋଇଗଲା ମୃତ୍ୟୁ
ଏହାର ପିଛିଲା ରିପୋର୍ଟରେ ଏହି ସଂଖ୍ୟା ୪,୪୦୩ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩.୭ ପ୍ରତିଶତ ଥିଲା। ତେବେ ବ୍ରିଟିଶ ସ୍ୱାସ୍ଥ୍ୟ ଏଜେନ୍ସୀଙ୍କ ଟିକାକରଣ ମୁଖ୍ୟ ଡା.ମେରୀ ଗତଦିନ ତୁଳନାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା କହିଛନ୍ତି। ଖାସ କରି ବୟଷ୍କ ଲୋକେ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହେଉଥିବା ସେ କହିଛନ୍ତି। ଆମେ ଏହାକୁ ଅତି ସନ୍ତର୍ପଣର ସହ ଯାଞ୍ଚ କରୁଛୁ ଓ ଏହା ଛଡା ଲୋକଙ୍କୁ କୋଭିଡ-୧୯ର ସବୁ ପ୍ରଟୋକଲ ପାଳନ କରିବାକୁ ଅନୁରୋଧ କରୁଥିବା କହିଛନ୍ତି।