ଆଜିଠାରୁ ଲୋକଙ୍କ ପାଇଁ ନୂଆ ସ୍କିମ୍ର ଶୁଭାରମ୍ଭ କରିବେ ରାଜ୍ୟ ସରକାର
2/10/2018 at 9:34 AM

ଭୁବନେଶ୍ବର ୨|୧୦: ଗାନ୍ଧିଜୟନ୍ତୀରୁ ଲୋକଙ୍କ ପାଇଁ ନୂଆ ସ୍କିମର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ଆରମ୍ଭ ହେବ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା । ପ୍ରତି ଜିଲ୍ଲାରେ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ସହ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଭୁବନେଶ୍ବରରୁ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୮ ଲକ୍ଷ ହିତାଧିକାରୀଙ୍କୁ ରେସନ କାର୍ଡ ବିତରଣ କରାଯିବ ଓ କିଲୋ ପ୍ରତି ୧ଟଙ୍କା ମୁଲ୍ୟରେ ଚାଉଳ ଯୋଗାଇ ଦିଆଯିବ ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023