ଓନସାନରେ ଥାଇପାରନ୍ତି କିମ୍ ଜୋଙ୍ଗ, ଉପଗ୍ରହ ଚିତ୍ରରୁ ମିଳିଲା ଉତ୍ତରକୋରିଆ ଏକଛାତ୍ରବାଦୀଙ୍କ ବିଳାଶପୂର୍ଣ୍ଣ ନୌକା

Published By : Prameya-News7 Bureau | April 29, 2020 IST

ସିଓଲ: ଉତ୍ତରକୋରିଆ ଏକଛତ୍ରବାଦୀଙ୍କୁ ନେଇ ଏବେବି ଟଳିନି ରହସ୍ୟ। ତେବେ ଓନସାନ ପ୍ରୋଭିନ୍ସରେ ଉପଗ୍ରହରୁ ଉଠାଯାଇଥିବା କିଛି ଛବି ସେଠାରେ କିମ୍‌ ଜୋଙ୍ଗ ଉନ୍‌ଙ୍କ ଉପସ୍ଥିତି ଜାହିର କରୁଥିବା ଏବେ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।  ଉପଗ୍ରହ ଚିତ୍ରରୁ ଏଠାକାର  ଉପକୂଳ ରିସୋର୍ଟରେ ଚଳାଚଳ କରୁଥିବା ବିଳାଶମୟ ୟାଚ୍ କେବଳ କିମ୍‌ ଜୋଙ୍ଗ ଓ ତାଙ୍କ ନିକଟତମ ଲୋକେ ହିଁ  ଉପଯୋଗ କରନ୍ତି। ଏଣୁ କିମ୍‌ ଜୋଙ୍ଗ ଏଠାରେ ଅବସ୍ଥାନ କରୁଥିବା ଅନୁମାନ କରାଯାଉଛି।

{"id":262211,"sizeSlug":"large"}

କିମ୍‌ ଜୋଙ୍ଗଙ୍କୁ ନେଇ ଏପ୍ରିଲ ୧୫ ତାରିଖ ପରଠାରୁ ନାନା କଳ୍ପନାଜଳ୍ପନା ଲାଗି ରହିଛି। ହେଲେ ତାଙ୍କୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ମିଳିପାରୁନାହିଁ।  ୩୬ ବର୍ଷ ବୟସ୍କ ରାଷ୍ଟ୍ରପତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବି ରହିଛି। ଏଣୁ ସେ ହୁଏତ ଗୁରୁତର ଅସୁସ୍ଥ ଅଥବା ତାଙ୍କର ପରଲୋକ ହୋଇଥିବାର ବିଦେଶୀ ଗଣମାଧ୍ୟମରେ ଜୋରସୋର ଚର୍ଚ୍ଚା ହେଉଛି। ତେବେ ପଡୋଶୀ ଦକ୍ଷିଣ କୋରିଆ, ଜାପାନ ଓ ଚୀନ ଏହି ଖବରର ଏପର୍ଯ୍ୟନ୍ତ ପୁଷ୍ଟି କରୁନଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଥିବା ଆକଳନ କରୁଛନ୍ତି। ଏଥିରେ ଉତ୍ତରକୋରିଆ ମନିଟରିଂ ୱେବସାଇଟ୍ ଏନକେପିଆରଓ ଏକ କମର୍ସିଆଲ ସାଟେଲାଇଟ୍ ଇମେଜରୀରୁ କିଛି ଚିତ୍ର ଜାରି କରିଛି। ଯେଉଁଥିରେ କିମ ଜୋଙ୍ଗ ବ୍ୟବହାର କରୁଥିବା ବିଳାଶପୂର୍ଣ୍ଣ ୟାଚ୍ ଗୁଡିକ ଓନସାନ ସାଗରରେ ଚଳାଚଳ ହେଉଥିବାର ଦେଖାଯାଇଛି।

{"id":262212,"width":578,"height":496,"sizeSlug":"large"}

ଏହା ଛଡା ଆମେରିକାର ଉତ୍ତର କୋରିଆ ମନିଟରିଂ ପ୍ରଜେକ୍ଟ  ୩୮ ନର୍ଥ ମଧ୍ୟ ଓନସାନ୍‌ ଷ୍ଟେସନରେ ଏକ ଟ୍ରେନ୍‌ ଛିଡା ହୋଇ ଥିବାର ଚିତ୍ର ଜାରି କରିଛି।  କିମ୍‌ ଜୋଙ୍ଗ ଏହି ଟ୍ରେନ୍‌ରେ ଯାତାୟାତ କରନ୍ତି। ଏଣୁ ସେ ଓନସାନ୍‌ ଭିଲ୍ଲାରେ ଏବେ ହୁଏତ ରହୁଥିବାର  ଆକଳନ କରାଯାଉଛି। ଓନସାନ୍‌ ଭିଲ୍ଲା କିମ୍‌ଙ୍କ ପରିବାରର ଅତ୍ୟନ୍ତ ପ୍ରୀୟ ସ୍ଥାନ। ଏଠାରେ ତାଙ୍କ ପିତା ଓ ଜେଜେ ମଧ୍ୟ ଅବସ୍ଥାନ କରୁଥିଲେ। ଏହା ଏକ ଏପରି ସ୍ଥାନ ଯେଉଁଠାରୁ କିମ୍‌ ଜୋଙ୍ଗ ଦେଶର ଯେ କୌଣସି ସ୍ଥାନକୁ ଯାଇପାରନ୍ତି ଓ ଉପକୂଳ ରାସ୍ତାରେ ଓନସାନ ଫେରି ଟ୍ରେନ ଅଥବା ଜାତୀୟ ରାଜମାର୍ଗ ଯୋଗେ ଖୁବ୍ କମ୍ ସମୟରେ ରାଜଧାନୀ ପ୍ୟୋଙ୍ଗୟୋଙ୍ଗ ଫେରିପାରନ୍ତି। ଏଣୁ ଓନସାନ ରାଜମାର୍ଗକୁ  ରାଷ୍ଟ୍ରପତିଙ୍କ ପରିବାର ଓ ଅଧିକାରୀଙ୍କ ବ୍ୟତୀତ ସାଧାରଣଜାତାୟାତ ନିମନ୍ତେ ଉପଯୋଗ କରାଯାଏନି।

{"id":262213,"sizeSlug":"large"}

ଆମେରିକା ରାଷ୍ଟ୍ରପତିଙ୍କ ଲାଗି ଫ୍ଲୋରିଡାର ମାର-ଏ-ଲାଗୋ  ଯେମିତି କିମ୍‌ ଜୋଙ୍ଗ ଓ ତାଙ୍କ  ପରିବାର ଲାଗି ଓସାନ ମଧ୍ୟ ସେମିତି ଅତ୍ୟନ୍ତ ରମଣୀୟ ସ୍ଥାନ। କିମ୍‌ ଜୋଙ୍ଗ ଓସାନକୁ ବିଶ୍ୱର ଏକ ବହୁଉପଯୋଗୀ ସହରରେ ବିକଶିତ କରିବାକୁ ଚାହୁଁଥିଲେ। ଏଥିଲାଗି ବିଶାଳ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ସେ ୩ଲକ୍ଷ ୬୦ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ସହରକୁ  ବିଲିୟନ ଡଲାର ଟୁରିଷ୍ଟ ହଟସ୍ପଟରେ ରୂପାନ୍ତରିତ କରିବାର କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ତେବେ ଦେଶର ଆଣବିକ ପରୀକ୍ଷଣ ପରେ ଲାଗୁ ଅନ୍ତର୍ଜାତୀୟ କଟକଣା ଲାଗି ଏହି ପ୍ରକଳ୍ପ ବିଳମ୍ବିତ ହେଉଥିବା ବେଳେ  କିମ୍‌  ନିରାଶା ଯୋଗୁ ଏଠାରେ କ୍ଷପଣାସ୍ତ୍ର ପରୀକ୍ଷା ଓ ସାମରାଭ୍ୟାସ କରାଉଥିବା ଦେଖାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.