ଡିସେମ୍ବର ୧ ତାରିଖରୁ ବଦଳିଯିବ ଏହିସବୁ ନିୟମ, ସାଧାରଣ ଜନତାଙ୍କ ଉପରେ ପଡିବ ସିଧା ପ୍ରଭାବ
30/11/2020 at 5:40 PM

ନୂଆଦିଲ୍ଲୀ ୩୦/୧୧ : ଡିସେମ୍ବର ୧ ତାରିଖରୁ ସାଧାରଣ ଜନତାଙ୍କ ଜୀବନ ସହ ଜଡିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏଲପିଜି ସିଲିଣ୍ଡର, ରେଲୱେ ଓ ବ୍ୟାଙ୍କ କାରବାର ସହ ଜଡିତ ନିୟମ ପରିବର୍ତ୍ତନ ହୋଇଯିବ। ଡିସେମ୍ବରରେ ରିୟଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ (RTGS) ସମୟ ବଦଳିଯିବ। ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ମଧ୍ୟ ବଦଳିଯିବ।
୧. ୨୪ ଘଣ୍ଟା ମିଳିବ RTGS ସୁବିଧା – ଡିସେମ୍ବରରୁ ବ୍ୟାଙ୍କ କାରବାର ନିୟମ ବଦଳି ଯାଇପାରେ। ଆରବିଆଇ ୨୪ ଘଣ୍ଟା ପାଇଁ ଆରଟିଜିଏସ ସୁବିଧା ଆରମ୍ଭ କରିବାକୁ ଘୋଷଣା କରିଥିଲା। ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ଛାଡି ଅନ୍ୟ ସମସ୍ତ ଦିନ ସକାଳ ୭ଟା ରୁ ସନ୍ଧ୍ୟା ୬ଟା ଯାଏଁ ଏହି ସୁବିଧା ଉପଲବ୍ଧ ହେବ। ଅର୍ଥାତ ଆରଟିଜିଏସ ମାଧ୍ୟମରେ ୨୪ ଘଣ୍ଟା ଟଙ୍କା ଟ୍ରାନ୍ସଫର କରିପାରିବେ।
୨. ବଦଳିବ ଗ୍ୟାସ୍ ଦାମ୍ – ଡିସେମ୍ବର ୧ ତାରିଖରୁ ସରକାର ରସୋଈ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ପରିବର୍ତ୍ତନ କରିପାରନ୍ତି। ଗତ ମାସରେ କାମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି କରାଯାଇଥିଲା।

୩. ପ୍ରିମିୟମ୍ ବଦଳାଇ ପାରିବେ – ବୀମା ଧାରକ ୫ ବର୍ଷ ପରେ ପ୍ରିମିୟମ୍ ରାଶି ୫୦ ପ୍ରତିଶତ କମ୍ କରିପାରିବେ। ଅର୍ଥାତ ବର୍ତ୍ତମାନ ଜାରି ରହିଥିବା ପଲିସୀର ଅଧା କିସ୍ତି ଦେଇ ମଧ୍ୟ ପଲିସୀ ଜାରି ରଖିପାରିବେ।
୪. ଚାଲିବ ଏହିସବୁ ଟ୍ରେନ୍ – ଭାରତୀୟ ରେଲୱେ ଡିସେମ୍ବର ୧ ତାରିଖରୁ କିଛି ନୂଆ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଯାଉଛି। କରୋନା ସଙ୍କଟ ପରେ ରେଲୱେ ଅନେକ ସ୍ପେଶାଲ୍ ଟ୍ରେନ୍ ଆରମ୍ଭ କରିଛି। ଡିସେମ୍ବର ୧ ତାରିଖରୁ ଆଉ କିଛି ଟ୍ରେନ ଚଳାଚଳ ଆରମ୍ଭ ହେବାକୁଯାଉଛି। ଏଥିରେ ଝେଲମ୍ ଏକ୍ସପ୍ରେସ ଓ ପଞ୍ଜାବ ମେଲ୍ ମଧ୍ୟ ସାମିଲ ଅଛି।