ଶାରଳା ମନ୍ଦିରରେ ନୂଆ ନିୟମ, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

Published By : Prameya-News7 Bureau | July 09, 2023 IST

ଜଗତସିଂହପୁର ୦୯।୦୭ : ଶାରଳା ମନ୍ଦିରରେ ନୂଆ ନିୟମ । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା । ଜିଲ୍ଲା ପ୍ରଶାସନ ଲାଗୁ କରିଛି ନୂଆ ନିୟମ । ମନ୍ଦିରରେ ଶୃଙ୍ଖଳା ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।

{"id":814638,"sizeSlug":"full","linkDestination":"none"}

ନୂଆ ନିୟମ ଅନୁଯାୟୀ ମାଆଙ୍କର ମଝି ଦେଉଳ ଓ ଗର୍ଭ ଗୃହକୁ ମୋବାଇଲ ନିଷେଧ ମନା । ଏହା ସହିତ ମାଆଙ୍କର ବିଗ୍ରହର ଫଟୋ ଉଠାଇବା ନିଷେଧ କରାଯାଇଛି । ବେଢ଼ା ଭିତରେ ଫଟୋ ଉଠାଇଲେ ଜରିମାନା ଲାଗୁହେବ । ସେବାୟତ ମାନେ ଯାତ୍ରୀଙ୍କୁ ହଇରାଣ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯିବ ।

{"id":814639,"sizeSlug":"full","linkDestination":"none"}

ବ୍ରତ ହୋଇ ନଥିବା ବା ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବେଶକୁ ନିଷେଧ କରାଯାଇଛି । ଏଥି ସହିତ ମନ୍ଦିର ବେଢ଼ା ଭିତରକୁ ପଲିଥିନ ମଧ୍ୟ ବାରଣ କରାଯାଇଛି । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର ପ୍ରଶାସନ କହିଛି ।

wp:embed {"url":"https://www.prameyanews7.com/cbi-notice-to-railway-officer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cbi-notice-to-railway-officer/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.