oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନୂଆ ବର୍ଷରୁ ନୂଆ ନିୟମ, ଆପଣଙ୍କ ଉପରେ ପଡ଼ିବ ବୋଝ, ଜାଣନ୍ତୁ କଣ କଣ ବଦଳିବ

31/12/2021 at 9:38 PM

ଭୁବନେଶ୍ୱର, ୩୧/୧୨: ନୂଆ ବର୍ଷରୁ ଓଡିଶା ପରିବହନ ବିଭାଗର ନୂଆ ନିୟମ । ରାଜ୍ୟ ପରିବହନ ବିଭାଗରେ ଏଣିକି ନୋ ଅଫଲାଇନ୍‌, କେବଳ ଅନଲାଇନ । ଅର୍ଥାତ୍ ଡ଼ିଏଲ ଠୁ ଆରମ୍ଭ କରି ଗାଡି ପରିମିଟ୍ – ସବୁ କିଛି ଏଣିକି ଅନଲାଇନରେ ହେବ । ଅଫ୍ ଲାଇନ୍‌ ରେ ଅନେକ ଅଭିଯୋଗ ଆସୁଥିଲା । ମିଡ଼ିଲ ମ୍ୟାନ ବା ଦଲାଲଙ୍କ ବଡ ଭୂମିକା ରହୁଥିଲା । ଅନେକାଂଶରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ।

ସେହିପରି ୨୦୨୨ ଜାନୁଆରୀ ୧ ତାରିଖରୁ ଅନେକ ନିୟମ ବଦଳି ଯାଉଛି । ଏଣିକି ATMରୁ ଟଙ୍କା କାଢିବା ହେବ ମହଙ୍ଗା । ATM ବ୍ୟବହାର କରିବା ଲାଗି ଆପଣଙ୍କୁ ଦେବାକୁ ପଡିବ ୫ପ୍ରତିଶତ ଅଧିକ ଚାର୍ଜ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗାଇଡଲାଇନ୍ ଅନୁଯାୟୀ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ଥର ATMରୁ ଟଙ୍କା ଉଠାଣ ପାଇଁ ଆପଣ ଏବେ ୨୦ଟଙ୍କା ଦେଉଥିବା ବେଳେ ଏଣିକି ୨୧ ଟଙ୍କା ସହିତ GST ମଧ୍ୟ ଦେବାକୁ ପଡିବ ।

– ବ୍ୟାଙ୍କ ଲକରରୁ ଆପଣଙ୍କ ସାମଗ୍ରୀ ଚୋରି ହୋଇଗଲେ କିମ୍ବା ବ୍ୟାଙ୍କ କର୍ମଚାରୀ ହଡପ କରିଦେଲେ ବ୍ୟାଙ୍କମାନେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ପାରିବେନି । RBI ଗାଇଡଲାଇନ୍ ଅନୁୟାୟୀ ବ୍ୟାଙ୍କମାନେ ବାର୍ଷିକ ଲକର୍ ଚାର୍ଜର ସର୍ବାଧିକ ଶହେ ଗୁଣା ଦେବାକୁ ବାଧ୍ୟ ହେବେ ।

– ୧ ଜାନୁଆରୀ ୨୦୨୨ରୁ ଅନେକ ସାମଗ୍ରୀ ଉପରେ GST ବଢିବ । କପଡା ଏବଂ ଫୁଟୱେର ମହଙ୍ଗା ହୋଇଯିବ। କାରଣ ଏହା ଉପରେ GST ୫ ପ୍ରତିଶତରୁ ବଢି ହୋଇଯିବ ୧୨ ପ୍ରତିଶତ । ସେହିଭଳି ଅନଲାଇନ୍ ଆପ୍ ମାଧ୍ୟମରେ ଅଟୋ ରିକସା ଏବଂ ଟାକସି ବୁକିଂ ମଧ୍ୟ ମହଙ୍ଗା ହେବ । କାରଣ ନୂଆ ବର୍ଷରେ ଏହା ଉପରେ ୫ପ୍ରତିଶତ GST ଲାଗୁ ହୋଇଯିବ ।

– ନୂଆବର୍ଷରୁ ସ୍ବିଗି ଏବଂ ଜମାଟୋ ଭଳି ଫୁଡ୍ ଡେଲିଭରି କମ୍ପାନୀକୁ ଖାଇବା ଅର୍ଡର ମହଙ୍ଗା ହୋଇପାରେ । ଖାଦ୍ୟ ଉପରେ ୫ପ୍ରତିଶତ ଜିଏସ୍ଟି ବଦଳିବ ନାହିଁ । ତେବେ ଆଗରୁ ଫୁ଼ଡ୍ ଡେଲିଭରୀ କମ୍ପାନୀମାନେ ଜିଏସ୍ଟି ସଂଗ୍ରହ କରି ସଂପୃକ୍ତ ରେଷ୍ଟୁରାଣ୍ଟକୁ ଫେରାଇ ଦେଉଥିଲେ । ଏଣିକି ଫୁ଼ଡ୍ ଡେଲିଭରୀ କମ୍ପାନୀମାନେ ନିଜେ GST ହିସାବ ରଖିବେ ଏବଂ ଭରିବେ । ଏଥିପାଇଁ ଯେଉଁ ଅତିରିକ୍ତ ବୋଝ ପଡିବ ତାହା ଗ୍ରାହକଙ୍କ ଉପରେ ଲଦାଯାଇପାରେ ।

– UAN ସହ ଆଧାର ଲିଙ୍କ ହୋଇନଥିଲେ ଇପିଏଫ୍ ଆକାଉଣ୍ଟରେ ନିଯୁକ୍ତକାରୀ ସଂସ୍ଥା ଡିପୋଜିଟ୍ କରିପାରିବେ ନାହିଁ । ନୂଆବର୍ଷଠାରୁ ଏହି ନିୟମ ଲାଗୁ ହୋଇଯିବ । ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା UAN ସହ ଆଧାର ଲିଙ୍କ ହୋଇନଥିଲେ ଏଥିରେ ଇପିଏଫ୍ ଆକାଉଣ୍ଟରେ ନିଯୁକ୍ତକାରୀ ସଂସ୍ଥା ଦେଉଥିବା ଆପଣଙ୍କ ଅଂଶ ଟଙ୍କା ଜମା ହୋଇ ପାରିବ ନାହିଁ ।

– କରୋନା ମହାମାରୀ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଡେଡଲାଇନ୍ ଦୁଇ ଥର ବଦଳି ସାରିଛି । ତେବେ ୨୦୨୧ ଡିସେମ୍ବର ୩୧ ପରେ ରିଟର୍ଣ୍ଣ ଦାଖଲ କଲେ ୫ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଆଗରୁ ୧୦ହଜାର ଟଙ୍କା ପେନାଲଟି ଦେବାକୁ ପଡୁଥିଲା । ତେବେ ଯଦି ଆପଣଙ୍କ ଆୟ ଉପରେ କୌଣସି ଟାକ୍ସ ଦେବାକୁ ନାହିଁ ତେବେ କୌଣସି ପେନାଲଟି ଚାର୍ଜ ଲାଗିବନି ।

– ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଣ ଲାଗି ୧ ଜାନୁଆରୀ ୨୦୨୨ରୁ ନିୟମ ବଦଳିଯିବ । ମାସକରେ ୪ଥରରୁ ଅଧିକ ଟଙ୍କା ଉଠାଇଲେ, ଉଠାଣ ରାଶିର ୦.୫ପ୍ରତିଶତ ଚାର୍ଜ ଲାଗିବ । ଏହା ଉପରେ ଅଧିକ ଅତିରିକ୍ତ GST ଦେବାକୁ ପଡିବ ।

– ବୀମା ନିୟାମକ ସଂସ୍ଥା IRDAI ସମସ୍ତ ବୀମା କମ୍ପାନୀକୁ ୧ଜାନୁଆରୀ ୨୦୨୨ରୁ ସରଳ ଜୀବନ ବୀମା ଲଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହା ଏକ ଷ୍ଟାଣ୍ଡାର୍ଡ ଟର୍ମ ଇନ୍ୟୁରାନ୍ସ ହେବ । ୧୮ରୁ ୬୫ବର୍ଷ ବୟସ୍କ ୫ଲକ୍ଷରୁ ୨୫ଲକ୍ଷ ପର୍ଯ୍ୟନ୍ତ ଟର୍ମ ଇନ୍ସୁରାନ୍ସ ନେଇପାରିବେ ।

–  ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ପେମେଣ୍ଟକୁ ଅଧିକ ନିରାପଦ କରିବା ଲାଗି ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନଲାଇନ୍ ପେମେଣ୍ଟ  କରିବା ଲାଗି ପ୍ରତିଥର ଆପଣଙ୍କୁ ୧୬ଟିକିଆ ଡେବିଟ୍ ବା କ୍ରେଡିଟ୍ କାର୍ଡ ନମ୍ବର ସହ ସମସ୍ତ ତଥ୍ୟ ଦେବାକୁ ପଡିବ । କିମ୍ବା ଏଥିପାଇଁ ଟୋକନ୍ ସିଷ୍ଟମ୍ ଆପଣାଇବାକୁ ପଡିବ । ଆପଣଙ୍କ କାର୍ଡର ତଥ୍ୟ କୌଣସି ଇକମର୍ସ ସାଇଟ୍ କିମ୍ବା ୱେବସାଇଟ୍ ସେଭ୍ କରି ରଖିପାରିବେ ନାହିଁ ।

   Related Posts