ସରକାରଙ୍କ ମାର୍ଗଦର୍ଶିକାରେ ପାଳିତ ହେବ ସ୍ୱାଧିନତା ଦିବସ, ସାମିଲ ହେବେ ଛାତ୍ରଛାତ୍ରୀ: ମନ୍ତ୍ରୀ

Published By : Prameya-News7 Bureau | August 10, 2022 IST

ଭୁବନେଶ୍ୱର ୧୦/୦୮: ୭୬ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପାଳିତ ହେବ । ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀମାନେ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଂଶଗ୍ରହଣ କରି ପାରିବେ ।

ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତକାଲି ପରେଡ ହେବନି ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ । କୋଭିଡ କଟକଣାରେ ସ୍ୱାଧୀନତା ଦିବସ ପାଳନ ହେବ ବୋଲି ଘୋଷଣା ହୋଇଥିଲା । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେବେନାହିଁ ବୋଲି କୁହାଯାଇଥିଲା ।

ସୂଚନା ଥାଉକି, ଗତ ଦୁଇ ବର୍ଷ ହେବ କରୋନା ପାଇଁ ସ୍ୱାଧିନତା ଦିବସ ପାଳନ ଆଡମ୍ୱର ସହ ପାଳନ ହେଉନଥିଲା । କେବଳ ପତାକା ଉତ୍ତୋଳନକୁ ଛାଡିଦେଲେ ନାଁ ପରେଡ ହେଉଥିଲା ନାଁ କେହି ଭାଗ ନେଉଥିଲେ । ତେବେ ଦୁଇବର୍ଷ ପରେ ଚଳିତ ବର୍ଷ ପରେଡରେ ଛାତ୍ରଛାତ୍ରୀମାନେ ସାମିଲ ହେବେ ବୋଲି ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.