ସରକାରଙ୍କୁ ଘାରିଛି ଡ୍ରପଆଉଟ୍ ଚିନ୍ତା, ୪୦ ସ୍କୁଲରେ ପଢାହେବ ଏକାଦଶ ପାଠ୍ୟକ୍ରମ

Published By : Prameya-News7 Bureau | September 26, 2022 IST

ଭୁବନେଶ୍ୱର ୨୬/୦୯: ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ । ଏଥିପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରଥମେ ୪୦ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବ ପର୍ଯ୍ୟାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.