suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗୁଗଲ୍ ପେ, ପେଟିଏମ୍, ଫୋନ୍ ପେ ସମେତ ସମସ୍ତ ୟୁପିଆଇ ଆପ୍‌କୁ ନେଇ ଲାଗୁ ହେବ ନୂଆ ନିୟମ

7/11/2020 at 12:41 PM

ନୂଆଦିଲ୍ଲୀ ୦୭/୧୧ : ଗୁଗଲ୍ ପେ, ପେଟିଏମ୍ ଓ ଫୋନ୍ ପେ ସମେତ ଥାର୍ଡ଼ ପାର୍ଟି ପେମେଣ୍ଟ ଆପ୍ ମାଧ୍ୟମରେ ୟୁପିଆଇ (Unified Payment Interface) ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ ଖବର। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ସ ଉପରେ ୨୦୨୧ ଜାନୁଆରୀ ୧ ତାରିଖରୁ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। NPCI ଥାର୍ଡ଼ ପାର୍ଟି ଆପ୍ସର ଅକାଧିକରକୁ ସମାପ୍ତ କରିବାକୁ ଏହିଭଳି ନିଷ୍ପତ୍ତି ନେଇଛି।

ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଥାର୍ଡ଼ ପାର୍ଟି ଆପ ପ୍ରୋଭାଇଡ଼ର୍ସ (TPAP) ରେ ୩୦ ପ୍ରତିଶତ କ୍ୟାପ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଭବିଷ୍ୟତରେ କୌଣସି ଥାର୍ଡ଼ ପାର୍ଟି ଆପର ମୋନୋପଲି ରୋକିବାକୁ ଏବଂ ସାଇଜ୍ ହିସାବରେ ମିଳୁଥିବା ଫାଇଦା ରୋକିବାକୁ NPCI ଏହି ନିଷ୍ପତ୍ତି ନେଇଛି। NPCI ର ଏହି ନିଷ୍ପତ୍ତି ଦ୍ୱାରା ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ଗୋଟିଏ ପେମେଣ୍ଟ ଆପର ଏକାଧିକର ରହିବନି।

NPCI ଦ୍ୱାରା ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡ଼ର୍ସ ଉପରେ ୩୦ ପ୍ରତିଶତ କ୍ୟାପ୍ ଲାଗୁ କରିବାରୁ ଏହି ଆପରୁ ୟୁପିଆଇ ଲେଣଦେଣ ମାମଲାରେ ଏକାଧିକର ହୋଇପାରିବନି। ଏହାଦ୍ୱାରା ଥାର୍ଡ଼ ପାର୍ଟି ଏକାଧିକରକୁ ରୋକାଯାଇପାରିବ। ସରକାରଙ୍କ ଦ୍ୱାରା ସୂଚାଇ ଦିଆଯାଇଛି ଯେ, ଦେଶରେ ପ୍ରତି ମାସରେ ପାଖାପାଖି ୨୦୦ କୋଟି ୟୁପିଆଇ କାରବାର ହେଉଛି। ଏହି କାରବାର ବିଭିନ୍ନ ପେମେଣ୍ଟ ଆପ୍ ମାଧ୍ୟମରେ ହେଉଛି। ସରକାର କହିଛନ୍ତି ଯେ ଆଗାମୀ ସମୟରେ ଦେଶରେ ୟୁପିଆଇ କାରବାର ଆହୁରି ବୃଦ୍ଧି ପାଇବ।

ୟୁପିଆଇ କାରବାର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। ସେଥିପାଇଁ NPCI ଥାର୍ଡ଼ ପାର୍ଟି ଆପ୍ କାରବାର ଉପରେ ଲଗାମ ଲଗାଉଛି। ଜାନୁଆରୀ ୧ ତାରିଖ ପରେ ଆପ୍ ଟୋଟାଲ୍ ଭଲ୍ୟୁମର ବେଶୀ ରୁ ବେଶୀ ୩୦ ପ୍ରତିଶତ ଟ୍ରାଞ୍ଜାକ୍ସନ୍ ହିଁ କରିପାରିବେ। ଏହାସହ ୨୦୨୧ ଜାନୁଆରୀ ୧ ତାରିଖରୁ ଚେକ୍ ଜରିଆରେ ଠକେଇ ରୋକିବାକୁ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି।

୫ ଲକ୍ଷ ଟଙ୍କାରୁ ଅଧିକ ସମସ୍ତ ଚେକ୍ ପଜିଟିଭ୍ ପେ ଚେକ୍ ବ୍ୟବସ୍ଥା ଜରିଆରେ କ୍ଳିଅର ହେବ। ଚେକ୍ କାଟିବା ସମୟରେ ଗ୍ରାହକ ନିଜେ ବ୍ୟାଙ୍କକୁ ଚେକ୍ ଭଙ୍ଗାଉଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେବେ। ଉଭୟ ଚେକ୍ ଦେଇଥିବା ଓ ଭଙ୍ଗାଉଥିବା ବ୍ୟକ୍ତିଙ୍କ ତଥ୍ୟ ମିଶାଇବା ପରେ ହିଁ ବ୍ୟାଙ୍କ ଚେକ୍ କ୍ଳିଅର୍ କରିବ।

   Related Posts