vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଆଇପିଏଲ ମ୍ୟାଚ୍ ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେନି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି, ବଦଳିଲା କୋଭିଡ୍ ନିୟମ

20/08/2020 at 5:23 PM

ନୂଆଦିଲ୍ଲୀ, ୨୦|୦୮:  ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ ପୂର୍ବରୁ ଦିନିକିଆ ଓ ଟି୨୦ ସିରିଜ ଖେଳିବେ । ଏପରିକି ଏହି ଦୁଇ ଦଳର ଖେଳାଳି ଆଇପିଏଲର କିଛି ମ୍ୟାଚରେ ଖେଳିବେ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଗୁରୁବାର ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲର ସବୁ ମ୍ୟାଚରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । କାରଣ ଉଭୟ ଦଳର ଖେଳାଳିଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ନାହିଁ ବୋଲି ବିସିସିଆଇ ଓ ଆଇପିଏଲ କମିଟି ନିଷ୍ପତ୍ତି ନେଇଛି ।

ଆରସିବିର ଚେୟାରମ୍ୟାନ ସଞ୍ଜିବ ଚୁଡିଓ୍ୱାଲାନେ କହିଛନ୍ତି ଯେ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ କ୍ୱାରେଣ୍ଟାଇନ କରାଯିବ ନାହିଁ ବୋଲି ବିଚାର ବିମର୍ଶ ଚାଲିଛି । ଏହି ଦୁଇ ଦଳର ଖେଳାଳି ୟୁକେରେ ବାୟୋ ସିକ୍ୟୋର ବବଲ୍ ସିରିଜ ଖେଳୁଛନ୍ତି । ତେଣୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ଆବଶ୍ୟକ ନାହିଁ । ତେବେ ଏହି ଦୁଇ ଦେଶର ଖେଳାଳିଙ୍କ ପାଇଁ ବିସିସିଆଇର କରୋନା ଭାଇରସ ନିୟମ ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ୱ ଉଠିଛି ।

ସେ ଆହୁରି କହିଛନ୍ତି ଯେ, ଆରୋନ ଫିଞ୍ଚଙ୍କ ସମେତ ଅନ୍ୟ କଙ୍ଗାରୁ ଖେଳାଳି ସେପ୍ଟେମ୍ବର ୧୭ରେ ୟୁଏଇରେ ପହଁଚିବେ । ସେମାନଙ୍କର କରୋନା ଟେଷ୍ଟ କରାଯିବ । ନେଗେଟିଭ୍ ଆସିଲେ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ ନାହିଁ . କଙ୍ଗାରୁ ପ୍ଲେୟାର କ୍ୱାରେଣ୍ଟାଇନରେରହିଲେ ଆରସିବିକୁ କ୍ଷତି ହେବ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ମୋଟ୍ ୨୯ ଖେଳାଳି ଚଳିତ ଆଇପିଏଲରେ ଅଂଶଗ୍ରହଣ କରିବେ ।

   Related Posts