ଏପ୍ରିଲ ୧ରୁ ଚାକିରୀ ସମ୍ବନ୍ଧୀୟ ଏହି ସବୁ ନିୟମ ବଦଳାଇବେ ମୋଦୀ ସରକାର, ଦରମା ଓ କାର୍ଯ୍ୟ ଦିବସରେ ମଧ୍ୟ ହେବ ପରିବର୍ତ୍ତନ

Published By : Prameya-News7 Bureau | February 12, 2021 IST

ନୂଆଦିଲ୍ଲୀ, ୧୨/୦୨: କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଦରମା ବାବଦରେ ସୂଚନା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ନୂଆ ଶ୍ରମ ଆଇନରେ ଦରମାର ତଥ୍ୟ ଇମେଲ- ଏସଏମଏସ ଓ ହ୍ୱାଟସଆପ୍ ଜରିଆରେ ଦେବା ପାଇଁ ପ୍ରାବଧାନ କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ଶ୍ରମ ସଚିବ ଅପୂର୍ବ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି ।

ନୂଆ ଆଇନରେ ସରକାର ସୋସିଆଲ ମିଡିଆ ଜରିଆରେ ତଥ୍ୟ ଦେବା ପାଇଁ ପୂର୍ବରୁ କହିଥିଲେ । ତେବେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ଗୋପନୀୟତାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା । ଏବେ ଶ୍ରମ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ, ଏଥିରେ ସଂଶୋଧନ କରାଯିବ । ସରକାର ସୋସିଆଲ ମିଡିଆ ଓ ହ୍ୱାଟସଆପ୍ ଜରିଆରେ କମ୍ୟୁନିକେସନ୍ ଡ୍ରାଫ୍ଟ୍ ନୋଟିଫିକେସନକୁ ହଟାଇ ଦେଇଛନ୍ତି । ସମସ୍ତ କର୍ମଚାରୀଙ୍କ ଗୋପନୀୟତାକୁ ସରକାର ସମ୍ମାନ ଜଣାନ୍ତି । ଏହି ଶ୍ରମ ଆଇନକୁ ଅତିଶୀଘ୍ର ଚୂଡାନ୍ତ ରୂପ ଦିଆଯିବ ।

ସାଇବର୍ ଏକ୍ସପର୍ଟଙ୍କ କହିବାନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେତନ ବାବଦରେ ତଥ୍ୟ ଦେଲେ ଏହା ଗୋପନୀୟତା ସହ ସାଲିସ କରିବା ଭଳି ହେବ । ଏହାସହ ବ୍ୟାଙ୍କ୍ ତଥ୍ୟ ଓ ଡାଟା ଚୋରିର ଆଶଙ୍କା ରହିଛି ।

ଶ୍ରମ ମନ୍ତ୍ରାଳୟ ୪ଟି ନୂଆ ସଂହିତାକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦରମା, ପାରିଶ୍ରମିକ, କାର୍ଯ୍ୟ ସହ ଜଡିତ ନିୟମ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଶୈଳୀ ସହ ଜଡିତ ସେବା ଓ ସାମାଜିକ ସୁରକ୍ଷା ଆଦିରେ ସଂଶୋଧକନ କରାଯିବ । ୪୪ଟି ପୁରୁଣା ନିୟମକୁ ୪ଟି ବଡ ସହିଂତାରେ ସାମିଲ କରାଯିବ ।

ବିଶେଷଜ୍ଞଙ୍କ କହିବାନୁସାରେ, ନୂଆ ନିୟମ ଆସିବା ପରେ ଚାକିରୀ କରିବାର ପ୍ରଣାଳୀରେ ପରିବର୍ତ୍ତନ ହୋଇଯିବ । କାମ କରିବା ପାଇଁ ସପ୍ତାହକୁ ୪ ଦିନ ସମୟ ଦିଆଯିବ । ଏପରିକି କ୍ୟାବ୍ ଡ୍ରାଇଭରଙ୍କ ପିଏଫ ଆକାଉଣ୍ଟ ହେବ ବୋଲି କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.