AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଲାଗୁ ହେଲା ନୂଆ ନିୟମ, ଶବ୍ଦ ପ୍ରଦୂଷଣ କଲେ ପଡିବ ମହଙ୍ଗା

23/01/2023 at 5:38 PM

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ। ପ୍ରଦୂଷଣ ରୋକିବା ପାଇଁ ସହରରେ ନୂଆ ନିୟମ ଲାଗୁ କରିଛନ୍ତି ନୋଏଡା ଅଥରିଟି । ପ୍ରଥମ ଥର ପାଇଁ ନୋଏଡା ଟ୍ରାଫିକ୍ ସେଲ୍ ସହରର ୧୪୦ ଟି ଶବ୍ଦ ପ୍ରଦୂଷଣ ସ୍ଥାନ ଚିହ୍ନଟ କରିଛନ୍ତି । ଏହି ସ୍ଥାନ ଗୁଡିକରେ ସାଇଲେନ୍ସ ଜୋନର ବୋର୍ଡ ଲଗାଇବା ସହ ଶବ୍ଦ ନକରିବା ପାଇଁ ଦିଆଯାଇଛି ଚେତାବନୀ । ତେବେ ଏହି ଏରିଆରେ ଶବ୍ଦର ମାତ୍ରା ୪୦ରୁ ୫୦ ଡେସିବଲ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ସାଇଲେନ୍ସ ଜୋନ୍ ଘୋଷଣା ହୋଇଥିବା ସ୍ଥାନଠାରୁ ୧୦୦ମିଟର ଦୂରରେ ରହିବେ ଅଧିକ ଶବ୍ଦ କରୁଥିବା ଗାଡି ।  ଏହି ନୋ ସାଉଣ୍ଡ ଜୋନରେ ଅଧିକ ଶବ୍ଦ କରୁଥିବା ଗାଡିକୁ ନିଷିଦ୍ଧ କରାଯାଇଛି । ଆଉ ଯଦି କୌଣସି ଗାଡି ଏହାକୁ ଅମାନ୍ୟ କରେ, ତେବେ କଡା କାର୍ଯ୍ୟନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ ।

ଏ ଖବର ପଢନ୍ତୁ- ହଠାତ୍ ବନ୍ଦ ହୋଇଗଲା ବିଦ୍ୟୁତ୍ ସେବା; ପାକିସ୍ତାନରେ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ ବନ୍ଦ

ଅନ୍ୟପଟେ ଏହି ଜୋନ ଗୁଡିକୁ ଗୁଗଲ ମ୍ୟାପରେ ଅପଡେଟ୍ କରାଯିବ । ଜୋନଗୁଡିକୁ ୪ ଭାଗରେ ଯଥା-ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍, ରେସିଡେନଣ୍ଟାଲ୍ ଏବଂ ସାଇଲେନ୍ସ ଜୋନ୍ । ସାଇଲେନ୍ସ ଜୋନ ଅଧିନରେ ହସ୍ପିଟାଲ, ଶିକ୍ଷାନଷ୍ଠାନ, କୋର୍ଟ ଏବଂ ଧର୍ମାନୁଷ୍ଠାନ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସାଇଲେନ୍ସ ଜୋନରେ ଯଦି କେହି ବି ଅଧିକ ଶବ୍ଦ କରନ୍ତି, ତେବେ ପ୍ରଥମଥର ପାଇଁ ୧ ହଜାର, ଦ୍ବିତୀୟଥର ପାଇଁ ୨ ହଜାର ତଣ୍ଡ ଗଣିବାକୁ ପଡିବ । ଏହାଠାରୁ ଅଧିକ ଯଦି କରାଯାଏ ତେବେ ୧୦ ହଜାର ଟଙ୍କାର ଫାଇନ୍ ଗଣିବାକୁ ପଡିବ ।

   Related Posts