ଦାମଙ୍କ ନୂଆ ଦଳ : 9pm Discussion (23.11.2018)

Published By : Prameya-News7 Bureau | November 23, 2018 IST

ଆଜିର ବିତର୍କ - ଦାମଙ୍କ ନୂଆ ଦଳ । ମାର୍କେଟକୁ ଆସିଲା ଦାମ ବାବୁଙ୍କ ନୂଆ ପାର୍ଟି । ପାର୍ଟି ନାଁ ରହିଛି ବିଜୁ ସମତା କ୍ରାନ୍ତି ଦଳ । ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ ଡାକି ଦାମ ବାବୁ ତାଙ୍କ ରାଜନୈତିକ ଦଳ ଘୋଷଣା କରିଛନ୍ତି । ଦାମଙ୍କ ସହ ମଞ୍ଚରେ ଥିଲେ ବରିଷ୍ଠ ନେତା ବ୍ରଜ ତ୍ରିପାଠୀ ଓ ଯଜ୍ଞେଶ୍ବର ବାବୁ । ଦାମଙ୍କ ଟାର୍ଗେଟରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି । ଏପଟେ ଦାମ ବାବୁଙ୍କ ନୂଆ ଦଳକୁ ବିଜେଡି ଗୁରୁତ୍ବ ଦେଇନି । ଆଉ ନୂଆ ଦଳକୁ ଦାମ ବାବୁ କେମିତି ପରିଚାଳନା କରୁଛନ୍ତି, ତା ଉପରେ ନଜର ରଖିଛନ୍ତି ବିଜେପି ଓ କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.