ପେଟ୍ରୋଲ-ଡିଜେଲର ନୂତନ ଦରଦାମ୍‌ ଜାରି, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨: ଲଗାତାର ଭାବେ ପେଟ୍ରୋଲ-ଡିଜେଲ ଦର ହ୍ରାସ ପାଇବା ପରେ ଏବେ ଦାମ୍‌ରେ ସ୍ଥିରତା ଆସିଛି । ସପ୍ତାହର ପ୍ରଥମ ଦିନ ବା ସୋମବାର ଦିନ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ରବିବାର ଦିନ ଡିଜେଲ ଦାମ୍‌ରେ ୭ ପଇସା ପ୍ରତି ଲିଟର ହ୍ରାସ ପାଇଥିବା ବେଳେ  ସୋମବାର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୭୧,୯୪ ଟଙ୍କା ରହିଥିବା ବେଳେ ଡିଜେଲ ପ୍ରତି ଲିଟର ପିଛା ୬୪,୭୦ଟଙ୍କା ରହିଛି । ଚୀନ୍‌ରେ କରୋନା ଭାଇରସ ଯୋଗୁଁ ଏକ ମାସ ଧରି ଡିଜେଲ-ପେଟ୍ରୋଲ ଦାମ୍‌ ହ୍ରାସ ପାଇଥିଲା । ତେବେ ୧୧ଜାନୁଆରୀ ୨୦୨୦ରେ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ଦାମ୍‌ ୭୬ଟଙ୍କା ପାର୍‌ ହୋଇଥିଲା ।   

ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୭୧.୯୪ ଟଙ୍କା , ମୁମ୍ବାଇରେ ୭୭.୬୦, କୋଲକାତା ୭୪.୫୮, ଚେନ୍ନାଇ ୭୪.୭୩ ଟଙ୍କା । ସେହିପରି ଡିଜେଲ ଲିଟର ପିଛା ଦିଲ୍ଲୀରେ ୬୪.୭୦ଟଙ୍କା, ମୁମ୍ବାଇରେ ୬୭.୮୦, କୋଲକାତାରେ ୬୭.୦୨, ଚେନ୍ନାଇରେ ୬୮.୩୩ ଟଙ୍କା ରହିଛି ।  


ଅଏଲ ମାର୍କେଟିଙ୍ଗ କମ୍ପାନୀମାନେ ଦରଦାମ୍‌ର ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ-ଡିଜେଲର ନୂତନ ଦରଦାମ ନିର୍ଦ୍ଧାରିତ ହୋଇଥାଏ। ଇଣ୍ଡିଆନ ଅଏଲ, ଭାରତ ପଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ-ଡିଜେଲ ଦର ସଂଶୋଧନ କରି ନୂତନ ଦର ଜାରି କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.