ନୟାଗଡ ଜିଲ୍ଲାରେ ପ୍ରଥମ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ୨୮୯କୁ ବୃଦ୍ଧି ପାଇଲା ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
9/05/2020 at 3:28 PM

ଭୁବନେଶ୍ୱର, ୦୯|୦୫: ନୟାଗଡ ଜିଲ୍ଲାକୁ ଛୁଇଁଲା । ରାଜ୍ୟରେ ଆଉଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଜଣଙ୍କ ନୟାଗଡର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୨୮୯କୁ ବୃଦ୍ଧି ପାଇଛି ।
ନୟାଗଡରୁ ଚିହ୍ନଟ ହୋଇଥିବା ସଂକ୍ରମିତଜଣଙ୍କ ସୁରଟ ଫେରନ୍ତା । ତାଙ୍କ ବୟସ ୪୦ ।
ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଏବେ ସୁଦ୍ଧା ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି ।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ଗଞ୍ଜାମରୁ ୧୩ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ,ସୁନ୍ଦରଗଡ ଓ ନୟାଗଡରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ମିଶାଇ ଶନିବାର ୧୯ ଆକ୍ରାନ୍ତ ଚିହ୍ନଟ ହେଲେଣି ।