ଭାରତ ନୂଆ ରାଜନୈତିକ ମ୍ୟାପ୍ ଜାରି, କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରରେ pok, ଲଦ୍ଦାଖରେ ରହିଛି ଗିଲଗିତ ଓ ବାଲତିସ୍ତାନ

Published By : Prameya-News7 Bureau | November 02, 2019 IST

ନୂଆଦିଲ୍ଲୀ : ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ନିରସ୍ତ କରିବା ପରେ ଶନିବାର ଭାରତର ନୂଆ ମ୍ୟାପ୍ ଜାରି କରିଛନ୍ତି। ଏଥିରେ ବିବାଦୀୟ ପାକ୍ ଅଧିକୃତ କାଶ୍ମୀର (ପିଓକେ) କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ ଓ କାଶ୍ମିରରେ ଚିହ୍ନତ ହେଉଥିବା ବେଳେ କାଶ୍ମୀରରୁ ପୃଥକ ହୋଇ ସୃଷ୍ଟି ହୋଇଥିବା ନୂଆ କେନ୍ଦ୍ରଶାସିତ ରାଜ୍ୟ ଲଦ୍ଦାଖରେ ଗିଲଗିତ ଓ ବାଲତିସ୍ତାନ ଚିହ୍ନିତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଅଧିସୂଚନାରେ ଦୁଇ ନୂଆ କେନ୍ଦ୍ରଶାସିତ ରାଜ୍ୟ ପିଓକେର ରାଜଧାନୀ ମୁଜାଫରପୁର ଭାରତୀୟ ଭୌଗଳିକ ସୀମାମଧ୍ୟରେ ସ୍ଥାନୀତ ହୋଇଛି।

{"id":178329}

୩୭୦କୁ ନେଇ ପାକିସ୍ତାନ ଓ ଚୀନ ବିରୋଧ କରୁଥିବା ବେଳେ ଭାରତ ସରକାର ଏହି ନୂଆ ନକ୍ସା ଜାରି କରିଛନ୍ତି। ଗତ ଅଗଷ୍ଟ ୫ ତାରିଖ ଦିନ  ଅନୁଚ୍ଛେଦ ୩୭୦ର ପ୍ରତ୍ୟାହାରରେ ରାଷ୍ଟ୍ରପତିଙ୍କ ମୋହର ବାଜିଥିଲା। ସେହି ଅନୁସାରେ ୩୧ ଅକ୍ଟୋବରରେ ରାଷ୍ଟ୍ରପତି ଦେଶର ନୂଆ ନକ୍ସାକୁ ସ୍ୱୀକୃତି ଦେଇଛନ୍ତି। ନୂଆ ନକ୍ସାରେ ପିଓକେର ୩ ଜିଲ୍ଲା ମୁଜଫରବାଦ, ପଞ୍ଚ ଓ ମୀର ପୁର କେନ୍ଦ୍ରଶାସିତ କାଶ୍ମୀରରେ ସାମିଲ ହୋଇଛନ୍ତି। ସେହିପରି ଲଦ୍ଦାଖରେ ୨ଟି ଜିଲ୍ଲା କାରଗିଲ ଓ ଲେହ ସାମିଲ ହୋଇଛନ୍ତି।

{"id":178330}

କେନ୍ଦ୍ରଗୃହମନ୍ତ୍ରାଳୟଙ୍କ ବୟାନ ଅନୁସାରେ ଜମ୍ମୁ-କାଶ୍ମୀରର ପୂର୍ବ ରାଜ୍ୟରେ ୧୪ଟି ଜିଲ୍ଲା ଥିଲେ। ତେବେ ୨୦୧୯ରେ ଜମ୍ମୁ-କାଶ୍ମୀର ସରକାର ଏହି ୧୪ ଜିଲ୍ଲାକୁ ୨୮ଟି ଜିଲ୍ଲାରେ ବିଭକ୍ତ କରିଥିଲେ। ଏଥିରେ କୂପୱାଡା, ବାନ୍ଦିପୋରା, ଗନ୍ଦରବଲ, ଶ୍ରୀନଗର, ବଡଗାଓଁ, ପୁଲୱାମା, ଶୋପିଆନ, କୁଲଗାଓଁ,ରାଜୌରୀ, ରାମବନ, ଡୋଡା, କିସ୍ତିଆର, ସାମ୍ବା ଓ କାରଗିଲ ନୂଆ ଜିଲ୍ଲା ମାନ୍ୟତା ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.