ଜିଓର ନୂଆ ଓ୍ୱାର୍କ୍ ଫ୍ରମ୍ ହୋମ୍ ପ୍ଲାନ୍, ୧୫୧ ଟଙ୍କାରେ ମିଳିବ ୩୦ ଜିବି ଡାଟା

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫: ରିଲିଆନ୍ସ ଜିଓ ଏକ ନୂଆ ଓ୍ୱାର୍କ ଫ୍ରମ୍ ହୋମ୍ ପ୍ଲାନ୍ ଲଞ୍ଚ୍ କରିଛି । ଯେଉଁଥିରେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହି ପ୍ଲାନର ବୈଧତା ମଧ୍ୟ ଗୋଟିଏ ବର୍ଷ ରହିବ ।

କମ୍ପାନୀ ଆଡ୍-ଅନ୍ ପ୍ଲାନସ୍ ଲଞ୍ଚ୍ କରିଛି । ଏହାକୁ ଆନୁଆଲ୍ ପ୍ଲାନ୍ ଭାବେ ରିଚାର୍ଜ କରିହେବ । ଏହାର ଦାମ ରହିଛି ୧୫୧, ୨୦୧ ଓ ୨୫୧ । ସେହିପରି ୨୩୯୯ ଟଙ୍କାର ଆଉ ଏକ ପ୍ଲାନ୍ ଲଞ୍ଚ୍ କରିଛି । ଏଥିରେ ୟୁଜରସଙ୍କୁ ଦୈନିକ ୨ଜିବି ଡାଟା ମିଳିବ । ଏଥିରେ ଭଏସ୍ ଓ ଫ୍ରି ଏସଏମଏସର ସୁବିଧା ମଧ୍ୟ ରହିଛି । ଏହାର ଭାଲିଡିଟୀ ହେଉଛି ୩୬୫ ଦିନ ।

{"id":266873,"width":745,"height":425,"sizeSlug":"large"}

୨୧୨୧ ଟଙ୍କାର ଆଉ ଏକ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନରେ ୧.୫ ଜିବି ଡାଟା ମିଳିବ । ଏହାର ଭାଲିଡିଟୀ ୩୩୬ ଦିନ ରହିଛି । ଏଥିରେ ମଧ୍ୟ ଅନଲିମିଟେଡ୍ ଭଏସ୍ କଲିଂ  ଏସଏମଏସ ସୁବିଧା ରହିଛି ।

ସେହିପରି ୧୫୧ ଟଙ୍କାର ରିଚାର୍ଜ ପ୍ଲାନରେ ୩୦ ଜିବି ଡାଟା ମିଳିବ । ଏହାର ଭାଲିଡିଟୀ ବେସିକ୍ ଓ୍ୱାର୍କ ଫ୍ରମ୍ ହୋମ୍ ପ୍ଲାନ ଆଧାରରେ ହୋଇଥାଏ । ଯଦି ଆପଣଙ୍କ ଦୈନିକ ୨ ଜିବି ଡାଟା ସରିଯାଏ ତେବେ ଏଥିରେ ଥିବା ଅତିରିକ୍ତ ଡାଟା ଆପଣ ବ୍ୟବହାର କରିପାରିବେ । ସେହିପରି ୨୦୧ ଟଙ୍କାର ପ୍ଲାନରେ ୪୦ ଜିବି ଡାଟା ଓ ୨୫୧ ଟଙ୍କାରେ ୫୦ ଜିବି ଡାଟା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.