ଲାଲ୍‌ ରଙ୍ଗର ଡ୍ରେସ୍‌ରେ ମଲାଇକାଙ୍କ ଗ୍ଲାମରସ୍‌ ଲୁକ୍, ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌

Published By : Prameya-News7 Bureau | August 08, 2022 IST

ମୁମ୍ବାଇ ୦୮।୦୮ : ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା କୌଣସି ନା କୌଣସି କାରଣକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳ ନିଜ ଷ୍ଟାଇଲିସ୍‌ ଲୁକ୍‌ ତ ଆଉ କେତେ ନିଜ ପର୍ସନାଲ ଲାଇଫ୍‌କୁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ କିନ୍ତୁ ମଲାଇକା ନିଜ ଲୁଟ୍‌ ଓ ଡ୍ରେସିଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

{"id":667819,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏକ ଇଭେଣ୍ଟ ଯୋଗଦେବାକୁ ମଲାଇକା ଏକ ଲାଲ୍‌ ରଙ୍ଗରେ ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ମଲାଇକା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । ଏପିରିକି ଡ୍ରେସ୍‌ ଡିଜାଇନ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି । ଖାସ୍‌ କରି ଏହି ଲାଲ୍‌ ଡ୍ରେସ୍‌ର ବ୍ୟାକଲେସ୍‌ ଷ୍ଟାଇଲ୍‌ଟି ଏକ ନିଆରା ଆକର୍ଷଣ ସୃଷ୍ଟି କରିଛି ।

ସେହିପରି ଭାଇରାଲ ଭିଡିଓରେ ମଲାଇକାଙ୍କ ସହ ଆଉ ଜଣେ ପୁରୁଷଙ୍କୁ ଦେଖିବାକୁ ମିଳିଛି । ଯିଏକି ମଲାଇକାଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ପାପାରାଜୀଙ୍କୁ ପୋଜ୍‌ ଦେଇଛନ୍ତି । ପାପାରାଜୀ ମଧ୍ୟ ଉଭୟ ମଲାଇକା ଏବଂ ସେହି ପୁରୁଷ ବନ୍ଧୁଙ୍କୁ ଫଟୋ ଉଠାଇଛନ୍ତି । ଯାହାକୁ ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.