ମାସକୁ ୨୦୦ ଟଙ୍କା ବିନିଯୋଗ କଲେ ଦମ୍ପତିଙ୍କୁ ବର୍ଷକୁ ମିଳିବ ୭୨ ହଜାର ଟଙ୍କା ପେନସନ୍‌- ସରକାର ଆଣିଛନ୍ତି ଏହି ନୂଆ ଯୋଜନା

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ ୧୧।୧୨ - କେନ୍ଦ୍ର ସରକାର ଏବେ ବିବାହିତ ଦମ୍ପତିଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି । ଏଥିରେ କର୍ମଜୀବୀ , ବ୍ୟବସାୟୀ ଓ ଅନ୍ୟ ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଦମ୍ପତିଙ୍କୁ ବେଶ୍‌ ଫାଇଦା ହେବ । ମାସକୁ ଦୁଇ ଜଣ ମାତ୍ର ୨୦୦ ଟଙ୍କା ଦେଇ ୭୨ ହଜାର ଟଙ୍କା ପେନ୍‌ସନ ପାଇଁ ଯୋଗ୍ୟ ହୋଇ ପାରିବେ ।
ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ୍‌ ଯୋଜନା ବା (ପିଏମ୍‌- ଏସ୍‌ଓ୍ୱାଇଏମ୍‌)

{"id":196706,"sizeSlug":"large"}

ବ୍ୟବସାୟୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକ ବା ମାସକୁ ୧୫ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ଦମ୍ପତି ଏହି ଯୋଜନାର ଫାଇଦା ଉଠାଇ ପାରିବେ । କେବଳ ଆଧାର କାର୍ଡ ଓ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଥିଲେ ଓ୍ବେବସାଇଟ୍‌ରେ ମାତ୍ର ୨ରୁ ୩ ମିନିଟ୍‌ରେ ଏଥିରେ ନାମ ପଞ୍ଜି କରଣ କରାଯାଇ ପାରିବ । ଏଥିରେ ଜଣେ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦେଇ ପାରିବେ । ୬୦ ବର୍ଷ ପରଠାରୁ ୨ ଜଣଙ୍କୁ ପେନସନ୍‌ ମିଳିବ । ୮୦ ବର୍ଷ ପର୍ଯ୍ୟନ୍ତ ପେନସନ୍‌ ମିଳିବ । ବର୍ଷକୁ ମାତ୍ର ୧୨ ଶହ ଟଙ୍କା ଦିଆଯିବ । ବର୍ଷକୁ ଏଥିରେ ୭୨ ହଜାର ଟଙ୍କା ମିଳିବ ।

{"id":196707,"sizeSlug":"large"}

ଗତ ସମପ୍ତାହରେ ପେନସନ୍‌ ଓ୍ୱିକ୍‌ରେ ଅଭିଭାଷଣ ପ୍ରଦାନ ସମୟରେ ଗଙ୍ଗଓ୍ୱାର ଏ ବିଷୟରେ ସୂଚନା ଦେଇଥିଲେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଜଣଙ୍କର କେବଳ ଆଧାର କାର୍ଡ ଓ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ରହିଛି । ଅନ୍‌ଲାଇନ୍‌ରେ ଜଣେ ମାତ୍ର ୨ରୁ ୩ ମିନିଟ୍‌ ମଧ୍ୟରେ ଏହି ଯୋଜନାରେ ନାମ ପଞ୍ଜି କରଣ କରିପାରିବ । ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଜଣଙ୍କ ପ୍ରତି ୩୬ ହଜାର ଟଙ୍କା ମିଳିବ । ମାସକୁ ଜଣକା ୩ ହଜାରଟଙ୍କା ପେନସନ୍‌ ପାଇବେ । ଜଣଙ୍କର ମୃତ୍ୟୁ ହଲେ ସେ ୩ ହଜାର ଟଙ୍କା ସହ ୧୫ଶହ ଟଙ୍କା ପେନସନ୍‌ ଅଧିକ ପାଇବେ ।

{"id":196708,"sizeSlug":"large"}


ଇପିଏଫ୍‌ଓ , ଇଏସ୍‌ଆଇସି ଓ ଏନ୍‌ପିଏସ୍‌ରେ ସାମିଲ ଥିବା ଲୋକ ଏହି ଯୋଜନାର ଲାଭ ପାଇବେ ନାହିଁ । ୧୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.