LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସମାରୋହକୁ ୪ ରାଜନୈତିକ ଦଳର ବୟକଟ୍

24/05/2023 at 9:01 AM

ନୂଆଦିଲ୍ଲୀ: ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବ । ହେଲେ ଏହା ପୂର୍ବରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ବିରୋଧ କରିଛନ୍ତି ବିରୋଧି ଦଳ ନେତା । ସଂସଦର ମୁଖ୍ୟ ରାଷ୍ଟ୍ରପତି, ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରିବାର ଅସଲ ହକ୍‌ଦାର ବୋଲି ବିଭିନ୍ନ ବିପକ୍ଷ ନେତା କହିଛନ୍ତି । ଏନେଇ ଏହି ସମାରୋହକୁ ୪ ରାଜନୈତିକ ଦଳ ବୟକଟ୍ କରିଛନ୍ତି । ମାମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଦିଲ୍ଲୀର ଆପ୍ ଆଦମୀ ପାର୍ଟି, ସିପିଆଇ ଏବଂ ସିପିଏମ ଉଦଘାଟନ ସମାରୋହରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି । ଏହାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।  

ମିଡିଆ ରିପୋର୍ଟ ମୁତାବକ, କିଛି ବିରୋଧୀ ଦଳ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ନହେବାକୁ  ବୟାନ ଜାରି କରିପାରନ୍ତି ବୋଲି କୁହାଯାଉଛି । ସବୁଠୁ ବଡ଼ ବିପକ୍ଷ ଦଳ କଂଗ୍ରେସ ଏହି କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିପାରେ । ୨୦୨୦ ଡିସେମ୍ବର ମାସରେ ନୂଆ ସଂସଦ ଭବନ ଶିଳାନ୍ୟାସ ସମାରୋହ ସମୟରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସାମିଲ ହୋଇନଥିଲେ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ଭାରତୀୟ ଜନତା ପାର୍ଟି ବିରୋଧରେ ବିପକ୍ଷ ଦଳ ସବୁ ଏକଜୁଟ୍ ହେଉଛନ୍ତି ।

ମଙ୍ଗଳବାର ଟିଏମସି ନେତାଙ୍କ ସହିତ ଆପ୍ ନେତାଙ୍କ ଆଲୋଚନା ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଭେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶକୁ ଅଣ ବିଜେପି ଶାସିତ ରାଜ୍ୟ ସମର୍ଥନ ନକରିବାକୁ କେଜ୍ରିଓ୍ବାଲ କହିଥିଲେ । ସେପଟେ ଟିଏମସି  ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି, ସଂସଦ କେବଳ ଏକ ନୂଆ ଭବନ ନୁହେଁ । ଏହା ପୁରୁଣା ପରମ୍ପରା, ମୂଲ୍ୟ, ଉଦାହରଣ, ନୀତି ଓ ନିୟମର ମହଲ  । ଏହା ଭାରତୀୟ ଲୋକତନ୍ତ୍ରର ଆଧାର ବୋଲି କହିଛନ୍ତି । ପିଏମ ନରେନ୍ଦ୍ର ମୋଦି ବୁଝିବା ଦରକାର ସଂସଦ ଭବନ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ମାନେ ରାଷ୍ଟ୍ରପତିଙ୍କୁ ଅପମାନ ସଦୃଶ ହେବ ।  

ସେପଟେ ବିଜେପି ମଧ୍ୟ ପଲଟା ଜବାବ ଦେଇଛି । କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ କଂଗ୍ରେସ ପ୍ରଶ୍ନ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ  ଇନ୍ଦିରା ଗାନ୍ଧି ୨୪ ଅକ୍ଟୋବର ୧୯୭୫ରେ ସଂସଦ ଭବନ କିଛି ଅଂଶକୁ କିପରି ଉଦଘାଟନ କରିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ସଂସଦ ପାଠାଗାରର ଶିଳାନ୍ୟାସ କିପରି କରିଥିଲେ ।

   Related Posts