Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ମାଆ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ, ପାରମ୍ପରିକ ରିତିନୀତିରେ ହେଲା ପଞ୍ଜିକା ପାଠ

8/03/2023 at 8:32 AM

ଯାଜପୁର ୦୮/୦୩: ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା ବିରଜାଙ୍କ ଝୁଳଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି ।

ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଦୋଳ ମଣ୍ଡପରେ ମାଙ୍କ ବିଜେ ପ୍ରତିମାକୁ ପାରମ୍ପରିକ ରିତିନୀତି ନିୟମ ଅନୁସାରେ ଅଣାଯାଇଥିଲା । ସେଠାରେ ମାଙ୍କ ବରିଷ୍ଠ ପୁରୋଧା ଗ୍ୟାନ ରଂଜନ ପତିଙ୍କ ତତ୍ୱାବଧାନରେ ପୂଜକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତ୍ୟିଷ ନୂତନ ପଞ୍ଜିକା ପାଠଥିଲେ ।

ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ୧୨ ରାଶିର ଗ୍ରହ, ନକ୍ଷତ୍ର ଚଳନ ଓ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ ରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ । ଏହି ପଞ୍ଜିକାରେ ମାଙ୍କ ବର୍ଷକର ରିତିନୀତି ପୂଜାର୍ଚ୍ଚନାର ସମୟ ନିର୍ଘଣ୍ଟ କରାଯାଇଥାଏ ।

   Related Posts