ନୂଆବର୍ଷରେ ନୂଆ ନିବେଶର ରହିଛି ଏହି ୪ ବିକଳ୍ପ, ମିଳିବ ଭଲ ଫାଇଦା

Published By : Prameya-News7 Bureau | December 27, 2019 IST

ନୁଆଦିଲ୍ଲୀ ୨୭।୧୨: ନୂଆ ବର୍ଷରେ ଯଦି ଆପଣ ନିବେଶ ପାଇଁ ଆଗ୍ରହୀ ତେବେ ଆପଣ ଏଥିପାଇଁ ଏବେଠୁ ପ୍ରସ୍ତୁତି କରି ପାରନ୍ତି। ନିଜ ପଇସାର ମୂଲ୍ୟାଙ୍କନ କରି ଏହାକୁ ଭବିଷ୍ୟତ ଲାଗି ନିବେଶ ନିମନ୍ତେ ଉପଯୁକ୍ତ ସମୟ।  ନୂଆ ବର୍ଷରେ ନୂଆ ନିବେଶ ନିମନ୍ତେ ଆପଣଙ୍କୁ ଅନେକ ବିକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ । ଆମେ ଆପଣଙ୍କୁ ଏମିତି କିଛି ବିକଳ୍ପ ସମ୍ପର୍କରେ ସୂଚନା ଦେବାକୁ  ଚାହୁଁଛୁ ଯେଉଁଥିରେ ଆପଣ ନିବେଶ କରି ୨୦୨୦ରେ ଅଧିକ ଲାଭାର୍ଜ୍ଜନ କରିପାରିବେ। 

{"id":203610,"width":575,"height":479,"sizeSlug":"large"}

ଡେଟ୍ ଫଣ୍ଡ
ଡେଟ୍ ଫଣ୍ଡ ଫିକ୍ସଡ ଡିପୋଜିଟ୍ ତୁଳନାରେ ଅଧିକ ଟ୍ୟାକ୍ସ ରିଟର୍ଣ୍ଣ  କରିଥାଏ । ଏଥିରେ ଆବଶ୍ୟକ ପଡିଲେ ଆପଣ ନିଜର ପଇସା ବାହାର କରିପାରିବେ । ଫିକ୍ସଡ ଡିପୋଜିଟ୍ ଭଳି ଡେଟ୍ ଫଣ୍ଡରେ ମଧ୍ୟ ନିବେଶ ବିକଳ୍ପ ରହିଥାଏ । ଏଥିରେ ଗୋଟିଏ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ରହିଛି । ଯଦି ଆପଣ ନିଜ ପଇସା ୧୫ ଦିନ ପାଇଁ ଲଗାଇବାକୁ ଚାହୁଁଛନ୍ତି ତେବେ ଓଭରନାଇଟ୍ ଫଣ୍ଡ ସବୁଠାରୁ ଭଲ ବିକଳ୍ପ । ୧୫ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ ସମୟ ଲାଗି ଲିକ୍ୱିଡ୍ ଫଣ୍ଡ ହୋଇଥାଏ । ଏହି ଭଳି ୧ ବର୍ଷ, ୩ ବର୍ଷ ପାଇଁ ଅଳ୍ପକାଳୀନ ଡେଟ୍ ଫଣ୍ଡ ସବୁଠାରୁ ଭଲ ବିକଳ୍ପ ।

{"id":203611,"sizeSlug":"large"}

ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ
ଯଦି ଆପଣ  ଦୀର୍ଘଅବଧି ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଆର୍ଥିକ ସମୀକ୍ଷକଙ୍କ ଅନୁସାରେ ଆପଣଙ୍କ ପୋର୍ଟଫୋଲିଓରେ ଇକ୍ୱିଟି ନିବେଶର ଅନୁପାତ ଆପଣଙ୍କ ବୟସର ୧୦୦ରୁ କମ୍ ହେବା ଉଚିତ୍ । ଅର୍ଥାତ୍ ଯଦି ଆପଣଙ୍କୁ ୩୦ ବର୍ଷ ତେବେ ଆପଣଙ୍କ ଇକ୍ୱିଟିରେ ନିଜ ସମ୍ପତ୍ତିରେ ୧୦୦ ପ୍ରତିଶତରୁ ୩୦ ମାଇନସ୍ ୭୦ ପ୍ରତିଶତ ନିବେଶ କରିବା ଉଚିତ୍ । ଯେମିତି ଆପଣଙ୍କ ବୟସ  ବଢିବଢି ଚାଲିବ ଧିରେ ଧିରେ ଇକ୍ୱିଟିରେ ଆପଣ ଚିନ୍ତା କମି କମି ଯିବ ।

{"id":203612,"sizeSlug":"large"}

ଗୋଲ୍ଡ
ଗୋଲ୍ଡ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଅବଶ୍ୟ ଏହା ଲମ୍ବା ଅବଧିରେ ଇକ୍ୱିଟି ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିପାରେ ନାହିଁ । ଗୋଲ୍ଡକୁ ଏକ ସୁରକ୍ଷିତ ନିବେଶ ବୋଲି ସମସ୍ତେ ମାନନ୍ତି ଏଣୁ ଲୋକମାନେ ଆର୍ଥିକ ମନ୍ଦାବସ୍ଥା ସମୟରେ ଗୋଲ୍ଡରେ ନିବେଶ କରିବାକୁ ଚାହାଁନ୍ତି ।

{"id":203613,"width":568,"height":378,"sizeSlug":"large"}

ରିୟଲ ଇଷ୍ଟେଟ
ହା ଭାରତୀୟଙ୍କ ସବୁଠାରୁ ପ୍ରିୟ ନିବେଶ ବିକଳ୍ପ । ଯଦି ଆପଣ ଭଡା ଉଦ୍ଦେଶ୍ୟରେ ଏହାର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିୟମିତ ଆୟ ମଧ୍ୟ ଦେବ । ଏମରଜେନ୍ସିରେ କରଜ ନେବା ପାଇଁ ସମ୍ପତ୍ତିକୁ ବନ୍ଧା ପକାଇହେବ । ଏକ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍ କିଣିବା କିମ୍ବା ଜମି କିଣିବା ବ୍ୟତୀତ କୌଣସି ବି ରିୟଲ ଇଷ୍ଟେଟ୍ ଇନଭେଷ୍ଟମେଣ୍ଟ ଟ୍ରଷ୍ଟରେ ନିବେଶ କରିପାରିବେ । ତେବେ ଆପଣ ରିୟଲ ଇଷ୍ଟେଟ୍ କମ୍ପାନୀମାନଙ୍କର ସେୟାର କିଣିପାରିବେ କିନ୍ତୁ ଏଥିରେ ରିସ୍କ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.