ନୂଆ ପାଞ୍ଜିରେ ଆୟ-କୃଷି ଭଲ, କିନ୍ତୁ ଓଡ଼ିଆଙ୍କୁ ପୀଡ଼ା ଏବଂ ଦେଶକୁ ଦଶା

Published By : Prameya-News7 Bureau | March 13, 2020 IST

ପୁରୀ ୧୩.୦୩: ଗଜପତି ମହାରାଜାଙ୍କ ରାଜଜ୍ୟୋତିଷ ନୂଆ ପାଞ୍ଜିର ତତଅୟ ରଖିଛନ୍ତି । ଚଳିତ ବର୍ଷର ଆଗାମି ଦିନରେ ରାଜ୍ୟ ଏବଂ ଦେଶ ସହ ଜନତା ବା ପ୍ରଜାଙ୍କ ଅବସ୍ଥା କିପରି ରହିବ ତାହାର ଭବିଷ୍ୟବାଣୀ କରିଛନ୍ତି ।ଚଲଇତ ବର୍. ଆୟ ଭଲ ହେବ କିନ୍ତୁ    ଓଡ଼ିଶାବାସୀଙ୍କୁ ରହିଛି ପୀଡ଼ା ଯୋଗ । କାରଣ ମନ୍ତ୍ରୀ ସ୍ଥାନରେ ଶନିଦେବ ବସିଛନ୍ତି । ଏଣୁ ଦୁଃଖକଷ୍ଟ ଭୋଗିବେ ରାଜ୍ୟବାସୀ  । ଅନ୍ୟପଟେ ଦେଶର ଦଶା ଭଲ ନାହିଁ । ଭାରତ ବର୍ଷର ମକର ରାଶି । ଜନ୍ମ ଶନି ସହ ବୃହସ୍ପତି ଚଳନରେ ଅଛନ୍ତି । ତାସହ ପାଞ୍ଚଟି ଗ୍ରହ ଏକତ୍ରିତ ହୋଇଛନ୍ତି । ଏଣୁ ଦେଶବାସୀଙ୍କ ପାଇଁ ମଙ୍ଗଳମୟ ନୁହେଁ । ରହିଛି ଯୁଦ୍ଧ ଭୟ , ତାସହ ଭୀଷଣ ଦ୍ବନ୍ଦ୍ବ ଉପୁଜିବା ଆଶଙ୍କା କରୁଛି ନୂଆ ପାଞ୍ଜିର ଗଣନା । ଆହୁରି ବର୍ଷ ତମାମ ଶ୍ରୀହନୁମାନଙ୍କ ଲାଙ୍ଗୁଳରେ ଅଗ୍ନି ଦେବଙ୍କ ଆବସ୍ଥାନ ରହିଥିବାରୁ ଦେଶକୁ ଅଗ୍ନିକାଣ୍ଡର ଆଶଙ୍କା ରହିଛି। ଏହା ଉଲ୍‌କା ପାତର ସୂଚନା ମଧ୍ୟ ଦେଉଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପାରମ୍ପରିକ ରାଜଜ୍ୟୋତିଷ ଜ୍ୟୋତିର୍ବିଦ୍‌ ଶିବନାରାୟଣ ମହାପାତ୍ର ଏଭଳି ସତର୍କ କରିଛନ୍ତି ।

ଚଳିତବର୍ଷ  ଦେଶ ପାଇଁ ବିଶେଷ ଶୁଭକାରକ ନୁହେଁ । ଦେଶରେ ବି ଅବସ୍ଥା ବିଗିଡିବାର ସଂକେତ ଅଧିକ । ରାଜନୈତିକ କ୍ଷେତ୍ରରେ ବଡ଼ଧରଣର ଅସ୍ଥିରତା ଦେଖାଦେବ । ଓଡ଼ିଶାବାସୀ ମଧ୍ୟ ଆର୍ଥିକ ସଙ୍କଟ ଭୋଗିବେ । ଓଡ଼ିଶାର ବୃଷ ରାଶି । ଏଥର ଶନି ଭଲ ସ୍ଥାନରେ ଅଛନ୍ତି । କିନ୍ତୁ ବୃହସ୍ପତିଙ୍କ ପକ୍ଷରୁ ସେଭଳି ଭଲ ସୂଚନା ନାହିଁ । ରାଜନୈତିକ ଦ୍ବନ୍ଦ୍ବ ସାଙ୍ଗକୁ ପ୍ରଜା ଆର୍ଥିକ ସଙ୍କଟ ଓ ସ୍ବାସ୍ଥ୍ୟଗତ କଷ୍ଟ ଭୋଗିବେ ।

ରାଜା ଘରେ ବୁଧ ରହିଛନ୍ତି । ମନ୍ତ୍ରୀ ହେଉଛନ୍ତି ଶନି । ବୁଧ ରାଜା ହୋଇଥିବାରୁ ଦେଶର ଶାସନ ଠିକ୍‌ ଚାଲିବ । କିନ୍ତୁ ମନ୍ତ୍ରୀ ଘରେ ଶନି ରହିବାରୁ ବିଭ୍ରାନ୍ତି ଦେଖାଦେବ । ପ୍ରଜାସମୂହ ପୀଡ଼ା ଭୋଗିବେ । ଏଥରକ ବର୍ଷା ୧୦୦ ଦିନ ପାଳକ ଅଛନ୍ତି । ବର୍ଷାର ବାଳୁତ, ଯୁବକ ଓ ବୃଦ୍ଧ ଅବସ୍ଥା ରହିଛି । ବର୍ତ୍ତମାନ ବାଳୁତ ଅବସ୍ଥାରେ ବର୍ଷା ରହିଥିବାରୁ ନିର୍ଦ୍ଦିଷ୍ଟ ଭାବେ ବର୍ଷିବ ନାହିଁ । କେଉଁଠି ଅଧିକ ତ କେଉଁ ଅତି କମ୍‌ ବର୍ଷିବ ।

ଏକ ଶୁଭ ସୂଚନା ହେଉଛି ଚଳିତ ବର୍ଷ ଧାନ, ଶସ୍ୟ ଓ ଆୟ ଭଲ ହେବ । ଭଲ ବର୍ଷା ହେବା ସାଙ୍ଗକୁ କୃଷି ମଧ୍ୟ ଭଲ ହେବ । ସାଧାରଣତଃ ବାର୍ଷିକ ଆୟ, ଆମଦାନୀ ବୁଝନ୍ତି ବ୍ରାହ୍ମଣୀ, କେଳୁଣୀ ଓ ଗଉଡ଼ୁଣୀ । ଏଥରକ କେଳୁଣୀଙ୍କ ହାତରେ ରହିଛି ଏହି ଦାୟିତ୍ବ । ଏଣୁ ଦେଶର ଭଲ ଆୟ, ଆମଦାନି ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେଭଳି ପ୍ରାକୃତିକ ଦୁର୍ବିପାକର ଆଶଙ୍କା ନାହିଁ । କିନ୍ତୁ ପବନର ଭୀଷଣ ପ୍ରଭାବରେ କ୍ଷୟକ୍ଷତି ଘଟିପାରେ ।

ଜ୍ୟୋତିର୍ବିଦ୍‌ ଶ୍ରୀ ମହାପାତ୍ରଙ୍କ କହିବା ମୁତାବକ ଦେଶ ତଥା ଦେଶବାସୀଙ୍କ ସୁଖ ପାଇଁ ଶ୍ରୀହନୁମାନଙ୍କ ଆରାଧନା ଜରୁରି। ବିଷ୍ଣୁ ସହସ୍ର ନାମ ଆଦି ପୂଜା ପାଠ କରିବା ବିଧେୟ । ପ୍ରଜାମାନେ ଘରେ ଘରେ ଗୀତା ଭାଗବତ ପାଠ କଲେ ଆସନ୍ନ ସଙ୍କଟରୁ ତ୍ରାହି ମିଳିଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.