ଭୁବନେଶ୍ବର୩୦/୧୧: ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଏଇ ବୋଧେ ଭଲପାଇବା'ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ଵବିଦ୍ୟାଳୟର ଅଡିଟୋରିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଗଳ୍ପକୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହେବାକୁ ଯାଉଛି ।
wp:html /wp:htmlକଳିଙ୍ଗ ସୂର୍ଯ୍ୟ ସିନେ ପ୍ରଡକ୍ସନ ନିବେଦିତ ଏହି ନୂତନ ଚଳଚ୍ଚିତ୍ରର ଶୁଭ ମହୁରତ ଉତ୍ସବରେ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧକ୍ଷ କୁନା ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାକର ବସନ୍ତ, ଓଡିଶା ସିନେକ୍ରିଟିକ ଆସୋସିଏସନର ସମ୍ପାଦକ ତଥା ଚଳଚ୍ଚିତ୍ର ସମୀକ୍ଷକ ଦିଲୀପ ହାଲି, ସଂଳାପ ଲେଖକ ଡ. ରଜନୀ ରଂଜନ, ପ୍ରଯୋଜକ ଆଲେକଜାଣ୍ଡର ଦାସ ଓ ସୁରଥ ପାତ୍ର I ଏହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଥିବା ନାୟକ ଦୀପକ ଓ ନାୟିକା ଅନୁଭା ମଧ୍ୟ ଉପସ୍ଥିତ ଥିଲେ। I