ଭବିଷ୍ୟବାଣୀ; ପ୍ରିନ୍ସ ହ୍ୟାରିଙ୍କ ସହ ଘଟିବ ଅଘଟଣ, ମୁଣ୍ଡ ଉପରେ ଘୁରିବୁଲୁଛି ବିପଦ
20/11/2023 at 12:23 PM

ନୂଆଦିଲ୍ଲୀ ୨୦।୧୧: ବର୍ତ୍ତମାନ ସମୟର ନୂଆ ନାଷ୍ଟ୍ରେଦମ୍ସ । ନାଁ ହେଉଛି କ୍ରେଗ୍ ହାମିଲଟନ୍-ପାର୍କର । ଦିନେ କି ୨ ଦିନ ଅନ୍ତରରେ କରୁଛନ୍ତି ନୂଆ ନୂଆ ଭବିଷ୍ୟବାଣୀ । ନିକଟ ଅତୀତରେ ୨୦୨୪କୁ ନେଇ କରିଥିଲେ ପୂର୍ବାନୁମାନ । ଏବେ ପୁଣି କରିଛନ୍ତି ଆଉ ଏକ ଭୟଙ୍କର ଭବିଷ୍ୟବାଣୀ ।

ସେ ବର୍ତ୍ତମାନ ବ୍ରିଟେନର ପ୍ରିନ୍ସଙ୍କୁ ନେଇ କରିଛନ୍ତି ପୂର୍ବାନୁମାନ । ଯାହା ଖୁବ୍ ଭୟଙ୍କର । ତାଙ୍କ କହିବା କଥା ହେଉଛି ହ୍ୟାରି କୌଣସି ଅଘଟଣର ସମ୍ମୁଖୀନ ହୋଇପାରନ୍ତି । ଏମିତିକି ତାଙ୍କ ପତ୍ନୀଙ୍କ ସହିତ ହୋଇପାରେ ମନୋମାଳିନ୍ୟ । ସେ ପୁଣି ସର୍ବସାଧାରଣ ସ୍ଥାନରେ । ଏନେଇ ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ‘କଫି ଓ୍ବିଥ୍ କ୍ରେଗ୍’ରେ କହିଛନ୍ତି । ଯାହା ଖୁବ୍ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଚର୍ଚ୍ଚାରେ ମଧ୍ୟ ରହିଛି ।

କ୍ରେଗ୍’ କହିଛନ୍ତି କି ବ୍ରିଟିଶ୍ ରାଜକୁମାର୍ ପ୍ରିନ୍ସ ଏବଂ ତାଙ୍କ ପତ୍ନୀ ମେଘନ ମାର୍କେଲଙ୍କର ୨୦୨୪ରେ ଝଗଡା ହେବ । ସେ ପୁଣି ସର୍ବସାଧାରଣ ସ୍ଥାନରେ । କେବଳ ଏତିକି ନୁହେଁ ଆସନ୍ତା ବର୍ଷ ହ୍ୟାରିଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି । ତେବେ ଏହି ଆକ୍ରମଣରେ ସେ କୌଣସି ପ୍ରକାରର ଆହତ ହେବନି ।

କ୍ରେଗ କହିଛନ୍ତି ଯେ ସେ ତାଙ୍କ ଭବିଷ୍ୟବାଣୀରେ ଦେଖିଛନ୍ତି ଯେ ଭିଡ ମଧ୍ୟରେ ସର୍ବସାଧାରଣ ସ୍ଥାନରେ ମେଘନାଙ୍କ ସହ ଯୁକ୍ତିତର୍କ କରିବା ସମୟରେ ହ୍ୟାରିଙ୍କ ମୁହଁ କ୍ରୋଧରେ ଲାଲ ହୋଇଯିବ । ଏମିତିକି ତାଙ୍କର ରାଗ ଜର୍ଜରିତ ମୁହଁର ଫଟୋ ଖବରକାଗଜରେ ପ୍ରକାଶ ପାଇବ ।କ୍ରେଗ କହିଛନ୍ତି ଯେ ଆକ୍ରମଣ ସମୟରେ ସେ ହ୍ୟାରିଙ୍କୁ ପାଣିରେ ବୁଡ଼ି ଯାଉଥିବା ଦେଖିପାରୁଛନ୍ତି । କିନ୍ତୁ ସେ ଆହତ ହୋଇନାହାଁନ୍ତି ।

କ୍ରେଗ୍ ମେଘନାଙ୍କ ପାଇଁ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି କି ତାଙ୍କର ସମ୍ଭାବ୍ୟ ନୂଆ ପୁସ୍ତକ ପ୍ରକାଶନରେ ବାଧା ସୃଷ୍ଟି ହୋଇପାରେ । ସେ କହିଛନ୍ତି, “ମୁଁ ଦେଖୁପାରୁଛି ଯେ ମେଘନା ଏକ ନୂଆ ପୁସ୍ତକ ଲେଖିଛନ୍ତି କିମ୍ବା ସେ ଏକ ନୂତନ ପୁସ୍ତକ ଯୋଜନା କରୁଛନ୍ତି । ମୋର ଅନୁଭବ କହୁଛି ଯେ ଏହାକୁ ବନ୍ଦ କରି ଦିଆଯିବ କିମ୍ବା ଏହାକୁ ପବ୍ଲିସ୍ କରିବାରେ ବିଳମ୍ବ ହେବ । ଏହାକୁ ନେଇ ଦେଖିବାକୁ ମିଳିବ କିଛି ଉତ୍ତେଜନା ।

ତେବେ କିଛି ଦିନ ପୂର୍ବରୁ କ୍ରେଗ୍ କହିଥିଲେ ଯେ ୨୦୨୪ରେ ଆମେରିକାରେ କିଛି ବଡ ଭୂକମ୍ପ ହେବ । ଆମେରିକାରେ ଦେଖାଯିବ ବିଦ୍ୟୁତ ଅଭାବ । ଏମିତିକି ସମ୍ପୂର୍ଣ୍ଣ ଆମେରିକା ହୋଇଯିବ ବ୍ଲାକ୍ଆଉଟ୍ । ସେ କହିଥିଲେ- ମୁଁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଏହାକୁ ଦେଖୁଛି । ବୋଧହୁଏ ଏହା ସବୁକିଛି ନଷ୍ଟ କରିଦେବ ।

ଏହାପୂର୍ବରୁ ବାଲକାନାର ନାଷ୍ଟ୍ରେଦମ୍ସ କୁହାଯାଉଥିବା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଖୁବ୍ ଚର୍ଚ୍ଚାରେ ରହି ଆସିଛି । ୨୦୨୪ ବର୍ଷ ପାଇଁ ବାବା ମଧ୍ୟ କିଛି ପୂର୍ବାନୁମାନ କରିଥିଲେ । ଏଥିରେ ସବୁଠାରୁ ବଡ କଥା କୁହାଯାଇଥିଲା ଋଷ ବିଷୟରେ । ଆସନ୍ତା ବର୍ଷ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରାଯିବା ନେଇ ବାବା କରିଥିଲେ ପୂର୍ବାନୁମାନ ।
You Can Read: