UK ରେ ବ୍ୟାପୁଛି କରୋନା ଭାଇରସର ନୂଆ ମ୍ୟୁଟେସନ, Delta ଠାରୁ ବି ଘାତକ, ଆସି ସାରିଲାଣି ଭାରତ

Published By : Prameya-News7 Bureau | October 24, 2021 IST

ମୁମ୍ବାଇ୨୪।୧୦ : କରୋନା ଭାଇରସ ମହାମାରୀର ଏକ ନୂଆ ଉତ୍ପରିବର୍ତ୍ତିତ ରୂପ (ମ୍ୟୁଟେସନ) ଏବେ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି। ସମ୍ଭବତଃ ଏହା ଗତବର୍ଷର ଡେଲ୍ଟା ଭାରିଏଣ୍ଟଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇଥିବା ବେଳେ ଘାତକ ମଧ୍ୟ। ଏହି ନୂଆ ଭୂତାଣୁ ମ୍ୟୁଟେସନ ଇତି ମଧ୍ୟରେ ଭାରତକୁ ବି ଆସିସାରିଲାଣି। ତେବେ ଏଠାରେ ଏହି ନୂଆ ମ୍ୟୁଟେସନରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍‌। ଏହି ନୂଆ ମ୍ୟୁଟେସନକୁ AY.4.2 ନାମକରଣ କରାଯାଇଛି। କେବଳ ବ୍ରିଟେନ ନୁହେଁ ସମଗ୍ର ୟୁରୋପ ଲାଗି ଏହା ଏବେ ଚିନ୍ତାର କାରଣ ପାଲଟିଛି।

{"id":532616,"width":842,"height":472,"sizeSlug":"full","linkDestination":"none"}

ଏବେ କୁହାଯାଉଛି ଯେ ଭୂତାଣୁର ଏହି ନୂଆ ପ୍ରକାର ଯୋଗୁ ଇସ୍ରାଏଲ ଗତ ସପ୍ତାହରେ ପୁଣି ଥରେ ଲକଡାଉନକୁ ଯାଇଛି। ଆାଗମୀ ସପ୍ତାହ ବେଳକୁ ହୁଏତ ବ୍ରିଟେନ ଓ ଋଷିଆ ମଧ୍ୟ ଲକଡାଉନକୁ ଯାଇପାରନ୍ତି। AY.4.2ର ବ୍ୟାପକ ପ୍ରସାର ଓ ଏଥିଲାଗି ହସ୍ପିଟାଲ ମାନଙ୍କରେ ବଢୁଥିବା ଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଏହି ଆକଳନ କରାଯାଉଛି। ଭୂତାଣୁର ଡେଲ୍ଟା ପ୍ରକାର ପରେ ଏଥିରୁ ଉତ୍ପରିବର୍ତ୍ତିତ ନୂଆ ପ୍ରକାର ବ୍ରିଟେନ ସମେତ ଅନେକ ଦେଶର ଏବେ ଚିନ୍ତା ବଢ଼ାଇ ଦେଇଛି।

{"id":532617,"sizeSlug":"large","linkDestination":"none"}

ଭୂତାଣୁର ଏହି ପ୍ରକାର ଉପରେ ଏପର୍ଯ୍ୟନ୍ତ ବୈଜ୍ଞାନିକ ନଜର ରଖିଥିଲେ। ହେଲେ ସଂକ୍ରମଣ ବଢ଼ାଇବା ପରେ ଏହାକୁ ଯାଞ୍ଚ ପରିସରକୁ ନିଆଯାଇଛି। ଏହି ଭୂତାଣୁର ଏହି ପ୍ରକାରକୁ ଭିୟୁଆଇ ଶ୍ରେଣୀରେ ରଖା ଯାଇଛି। AY.4.2 ଅର୍ଥା ଡେଲ୍ଟା ପ୍ଲସ୍‌କୁ ଏବେ ବ୍ରିଟେନ ସ୍ୱାସ୍ଥ୍ୟ ସେବା ବିଭାଗ ଭିୟୁଆଇ-୨୧ ଏବଂ ଓସିଟି-୦୧ନାମରେ ତଦନ୍ତ ପରିସରବୁକ୍ତ କରିଛନ୍ତି। ବ୍ରିଟେନରେ ଏବେ ଡେଲ୍ଟାର ଯେତିକି ମାମଲା ରହିଛି ମୋଟ ମାମଲାର ୬ ପ୍ରତିଶତ କେବଳ ଡେଲ୍ଟା ପ୍ଲସ୍‌ ବୋଲି ଜଣାପଡିଛି।

{"id":532618,"width":840,"height":559,"sizeSlug":"full","linkDestination":"none"}

ଭାରତରେ ସିଏସଆଇଆରଙ୍କ ଇନିଷ୍ଟେଚ୍ୟୁଟ୍ ଅଫ ଜିନୋମିକ୍ସ ଏଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି)ଙ୍କ ନିର୍ଦ୍ଦେଶକ ଡା. ଅନୁରାଗ ଅଗରୱାଲ ‘ଦି ଟାଇମ୍ସ ଅଫ ଇଣ୍ଡିଆ’କୁ ଦେଇଥିବା ସାକ୍ଷାତକାରରେ ଡେଲ୍ଟାର ସଂଶୋଧିତ ପରିଭାଷା AY.4.2 ଆମ ଦେଶରେ ମଧ୍ୟ ଥିବାର କହିଛନ୍ତି। ତେବେ ଏହି ଭୂତାଣୁ ସଂକ୍ରମିତଙ୍କ ହାର ଏବେ ଅତ୍ୟନ୍ତ  ନ୍ୟୁନ ଅର୍ଥାତ ୦.୧ ପ୍ରତିଶତରୁ ବି କମ ବୋଲି କହିଛନ୍ତି। ତେବେ ବାହାର ଦେସମାନଙ୍କରେ ଏହା ଲକ୍ଷଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଲାଣି ଓ ଡେଲ୍ଟା ଭାରିଏଣ୍ଟର ବିପଦଜନକ ରୂପ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.