କରୋନାର ପରିବର୍ତ୍ତିତ ରୂପ, ମାସ୍କ ଏବଂ ସାମାଜିକ ଦୂରତାକୁ ଦେଇପାରେ ମାତ୍ : ଅଧ୍ୟୟନ

Published By : Prameya-News7 Bureau | September 26, 2020 IST

ନୂଆଦିଲ୍ଲୀ ୨୬।୯: ବିଶେଷଜ୍ଞମାନେ ଏକ ନୂଆ ଅଧ୍ୟୟନ ପରେ କହିଛନ୍ତି ଯେ କରୋନା ଭାଇରସ୍ ପରିବର୍ତ୍ତିତ ହେଉଛି । ଏହା ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଭାଇରସ୍ ର ପରିବର୍ତ୍ତିତ ରୂପ ମାସ୍କ କିମ୍ବା ସାମାଜିକ ଦୂରତାକୁ ମଧ୍ୟ ମାତ୍ ଦେବ । ୱାଶିଂଟନ୍ ପୋଷ୍ଟରର ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ବଡ ଅନୁବଂଶିକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାର ଟେକ୍ସାସ୍, ହ୍ୟୁଷ୍ଟନରେ କରୋନାର ଦ୍ବିତୀୟ ଲହର ସମୟରେ କରୋନା ୯୯.୯ ପ୍ରତିଶତ ସଂକ୍ରମଣ ମାମଲା କରୋନାର ପରିବର୍ତ୍ତିତ ରୂପ ଡି୬୧୪ଜି ।

କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଡି୬୧୪ଜିକୁ ନେଇ ପୂର୍ବରୁ ମଧ୍ୟ ସୂଚନା ଦିଆଯାଇସାରିଛି । ମାତ୍ର ନୂଆ ଅଧ୍ୟୟନରେ ବୈଜ୍ଞାନିକମାନେ ନୂଆ ପରିବର୍ତ୍ତନ ବିଷୟରେ ଅତିରିକ୍ତ ସୂଚନା ଦେଇଛନ୍ତି । ଏହି ଅଧ୍ୟୟନ ବୁଧବାର MedRxiv ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ନୂଆ ରୂପକୁ ଅଧିକ ସଂକ୍ରାମକ, କିନ୍ତୁ ତୁଳନାତ୍ମକ ଭାବରେ କମ୍ ସାଂଘାତିକ ବୋଲି କୁହାଯାଇଛି ।

ରିସର୍ଚ୍ଚରମାନେ କହିଛନ୍ତି ଯେ, କରୋନା ଭାଇରସ୍ ଏକ ନୂଆ ପରିବେଶରେ ନିଜକୁ ଏଭଳି କରିଛି ଯାହା ଦ୍ବାରା ଏହା ସାମାଜିକ ଦୂରତା, ହାତ ଧୋଇବା ଏବଂ ମାସ୍କ ପରିଧାନକୁ ମଧ୍ୟ ମାତ୍ ଦେଇପାରିବ । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକସନ ରୋଗର ଭାୟରୋଲୋଜିଷ୍ଟ ଡେବିଡ୍ ମୋରେନ୍ସ କହିଛନ୍ତି ଯେ, ଏହି ନୂଆ ଭାଇରସ୍ ଅଧିକ ସଂକ୍ରାମକ ହୋଇପାରେ, ଯାହାଦ୍ବାରା କରୋନାକୁ ନିୟନ୍ତ୍ରଣ କରିବା ପ୍ରୟାସ ମଧ୍ୟ ପ୍ରଭାବିତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.