କେନ୍ଦ୍ରାପଡାରେ ଦୁର୍ନୀତିକୁ ଦିଆଯିବନି ପ୍ରଶୟ, ପିସି ବିରୋଧରେ ହେବ ଆକ୍ସନ

Published By : Prameya-News7 Bureau | June 14, 2019 IST

କେନ୍ଦ୍ରାପଡା ୧୪|୬:  ଦୁର୍ନୀତି ବିରୋଧରେ ନବ ନିର୍ବାଚିତ ଜନପ୍ରତିନିଧିଙ୍କ ଯୁଦ୍ଧ ଘୋଷଣା । ଦୁର୍ନୀତିକୁ ପ୍ରଶୟ ଦିଆ ଯିବନି, ପିସି ବିରୋଧରେ ହେବ ଆକ୍ସନ । ଏକଥା ଆମେ କହୁନୁ, କହୁଛନ୍ତି କେନ୍ଦ୍ରାପଡାର ନବନିର୍ବ।ଚିତ ବିଧାୟକ ଓ ସାଂସଦ। କେନ୍ଦ୍ରାପଡା ବ୍ଲକ୍ ର ସମୀକ୍ଷା ବୈଠକରେ ଯୋଗଦେବା ଅବସରରେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଉଭୟ ନେତା ଗୁରୁତ୍ବ ଦେବା ସହ ଦୁର୍ନୀତି ବିରୋଧରେ ରଖିଛନ୍ତି କଡା ଚେତାବନୀ । ତେବେ ଏହି କ୍ରମରେ ଆଉ ଦୁଇ ପାଦ ଆଗକୁ ଯାଇ ସାଂସଦ ଅନୁଭବ ମହାନ୍ତି  ଦୁର୍ନୀତି ଖୋରଙ୍କ ମୁଖା ଖୋଲିବା  ପାଇଁ  ସ୍ବତନ୍ତ୍ର ଫୋନ୍ ନମ୍ବର ଦେବା କଥା କହିଛନ୍ତି ।  

{"id":122921}

ନୋ ପିସି , ନୋ କରପ୍ ସନ୍ । କେନ୍ଦ୍ରାପଡାରେ  ଦୁର୍ନୀତିକୁ ପ୍ରଶୟ ଦିଆଯିବନାହିଁ । ସରକାରୀ କାମରେ ସଂପୂର୍ଣ୍ଣ  ସ୍ବଚ୍ଛତାକୁ ଦିଆଯିବ  ପ୍ରାଥମିକତା । ବ୍ଲକ୍ର ସମୀକ୍ଷା ବୈଠକରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରାପଡାର ନବ ନିର୍ବାଚିତ ବିଧାୟକ ଶଶୀଭୂଷଣ ବେହେରା ଓ ସାଂସଦ ଅନୁଭବ ମହାନ୍ତି । କହିଛନ୍ତି, ସରକାରୀ ଯୋଜନାର କାର୍ଯ୍ୟକାରିତାରେ ଦୁର୍ନିତୀ ରୋକିବା ହିଁ ଜରୁରୀ । ଏହା ସହ ସରକାରୀ କାମରେ, ଦୁର୍ନିତୀ ଏବଂ ପିସି ରୋକିବାକୁ  ଲୋକଙ୍କ ସହଯୋଗ  ଲୋଡିଛନ୍ତି ସାଂସଦ ଅନୁଭବ । ସରକାରୀ ଯୋଜନା ଏବଂ ଉପଭୋକ୍ତାଙ୍କ ମଝିରେ  ମଧ୍ୟସ୍ଥି ମାନେ ସମସ୍ୟା ବୋଲି  ମାନିଛନ୍ତି ସାଂସଦ । ଦୁର୍ନୀତିର ଖବର ଦେବାକୁ ଲୋକଙ୍କୁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଟେଲିଫୋନ ନମ୍ବର ଦିଆଯିବ ବୋଲି ଘୋଷଣା କରିଛନ୍ତି ।

{"id":122922}

ଆକ୍ସନ ତ ହେବ, ତା ସହ ନିୟମିତ ଅନୁଧ୍ୟାନ ଓ ସମୀକ୍ଷା ହେବ । ପ୍ରତି ଦୁଇ ମାସରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ହେବ ବୋଲି ସାଂସଦ କହିଛନ୍ତି । କିନ୍ତୁ ଏହାର ବାସ୍ତବତା ନେଇ ପ୍ରଶ୍ନ କରିଛନ୍ତି, ସାଧାରଣ ଜନତା । ଦୁର୍ନୀତି ଓ ପିସି ହଟିବା ନେଇ ମଧ୍ୟ ସନ୍ଦେହ । କାରଣ ଜିଲ୍ଲାର ବ୍ଲକ, ତହସିଲ ସହ ପ୍ରାୟ ସବୁ ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଲୋକେ ଅଭିଯୋଗ କରନ୍ତି ।  ଏସବୁ ଦୃଷ୍ଟିରୁ ସାଧାରଣ ଜନତାଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବାକୁ ଯୁକ୍ତି ବାଢିଛନ୍ତି  ବୁଦ୍ଧିଜୀବୀ ।

{"id":122923}

ଦୁର୍ନୀତିକୁ ବ୍ରେକ୍‌ ଦିଆଯିବା ସବୁବେଳେ ସ୍ବାଗତଯୋଗ୍ୟ । ତେବେ କେନ୍ଦ୍ରାପଡାରେ ଏହା କେତେ ସଫଳ ହେଉଛି, ରାଜନେତା ପ୍ରତିଶୃତି ପୂରଣରେ କେତେ ସମର୍ଥ ହେଉଛନ୍ତି ?   ଏହା କେଉଁଠୁ , କିପରି ଆରମ୍ଭ ହେବ ତାହା ଦେଖିବାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.