ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆସୁଛି ନୂଆ ସିନେମା ‘ମୋ ପଣତକାନିରେ ତୁ’, ଜୁନ୍‌ ୧୨ରେ ଜୀ ସାର୍ଥକରେ ଓ୍ଵାର୍ଲଡ ଟିଭି ପ୍ରିମିୟର

11/06/2022 at 10:19 AM

ଭୁବନେଶ୍ୱର ୧୧।୦୬ : ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ  ଏହାର କାହାଣୀ ଓ ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେଫିଲ୍ମର ଗୀତଗୁଡିକୁ  ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ । ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ,  ସୂର୍ଯ୍ୟ ମହାପାତ୍ର,  ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ , ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ । ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।

ସେହିପରି ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି  ନୂଆ ସିନେମା  ‘ମୋ ପଣତକାନିରେ ତୁ’ । ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ । ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ । ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର । ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

ଜୀ ସାର୍ଥକ ପୂର୍ବରୁ “ଦିଦି ନମସ୍କାର” ଓ “ଡିଟେକଟିଭ୍ କରନ୍ ଅର୍ଜୁନ ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ୫:୩୦ରେ  ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ ।

   Related Posts