କାର୍ଯ୍ୟକାରୀ ହୋଇଛି ନୂତନ ମଟର ଯାନ ଆଇନ ୨୦୧୯...

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର୨୨/୨: କାର୍ଯ୍ୟକାରୀ ହୋଇଛି ନୂତନ ମଟର ଯାନ ଆଇନ ୨୦୧୯। ସବୁଠି ଚାଲିଛି ଧର ପକଡ। ସଡକ ସୁରକ୍ଷା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବି ଚାଲିଛି। ତଥାପି ସ୍ଥିତିରେ ଆଶାନୁରୁପକ ସଫଳତା ମିଳୁନି। ବିନା ହେଲମେଟରେ ବାଇକ ଚଳାଇ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ଆଉ ଜୀବନ ଯାଉଛି। ତେଣୁ ଲୋକଙ୍କୁ ସଡକ ସୁରକ୍ଷା ବିଷୟରେ  ସଚେତନ କରିବା ସହ ଲୋକଙ୍କୁ ମାଗଣାରେ ହେଲମେଟ ବାଣ୍ଟିଛି ଜୟପୁର ନିକଟସ୍ଥ ହରଡାପୁଟର  BSN ଫିଲିଂ ସେଣ୍ଟର।

ଏହି ଫିଲିଂ ସେଣ୍ଟରର ପ୍ରଥମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକଙ୍କୁ ମାଗଣାରେ ହେଲମେଟ ବଣ୍ଟା ଯାଇଛି।ଏପରିକି ସଡକ ସୁରକ୍ଷା ବିଷୟରେ ଲୋକଙ୍କୁ ଟିପ୍ସ ଦେବା ସହ ନିଆଁ ଲାଗିଲେ ଲିଭା ଯାଇ ପାରିବ ଏହାର ଡେମୋ ବି ଦେଖା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା SDPOଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି BSN ଫିଲିଂସେଣ୍ଟରର ପ୍ରଶଂସା କରିଥିଲେ।ଆଗକୁ ବି କମ୍ପାନୀ ପକ୍ଷରୁ ଏପରି ଉଦ୍ୟମ ଜାରି ରହିବ ବୋଲି ଫିଲିଂ ସେଣ୍ଟର ତରଫରୁ କୁହା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.