ବାଚସ୍ପତିଙ୍କୁ ଭେଟିଲେ ବର୍ଷା ସିଂହ ବରିହା, ୧୪ରେ ବିଧାୟିକା ଭାବେ ନେବେ ଶପଥ

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର ୧୦/୧୨: ବାଚସ୍ପତିଙ୍କୁ ଭେଟିଲେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂହ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ବାସଭବନରେ ଯାଇ ଭେଟିଛନ୍ତି ବର୍ଷା । ତେବେ ବାଚସ୍ପତି ବର୍ଷାଙ୍କୁ ବିଜୟ ପାଇଁ ଶୁଭେଛା ଜଣାଇଛନ୍ତି ।

ଆସନ୍ତା ସୋମବାର ଅର୍ଥାତ୍ ଡିସେମ୍ୱର ୧୪ ୧୧ଟା ୩୦ରେ ଶପଥ ନେବେ ବର୍ଷା । ଗତକାଲି ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଆର୍ଶୀବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ନବୀନଙ୍କୁ ଭେଟିବା ପୂର୍ବରୁ ବର୍ଷା ଶ୍ୱଶୁର ଘରକୁ ଯାଇ ଶାଶୁ ଓ ଶ୍ୱଶୁରଙ୍କ ଆର୍ଶୀବାଦ ନେଇଥିଲେ ।

ବର୍ଷା ଗଣମାଧ୍ୟମକୁ କହିଥିଲେ ଏବେ ପଦ୍ମପୁର ତାଙ୍କର କର୍ମଭୂମି ଏବଂ ସେ ଅଂଚଳର ବିକାଶ ତାଙ୍କର ପ୍ରାଥମିକତା । ବାପାଙ୍କ ପରି ଲୋକଙ୍କ ସେବା କରିବେ ଓ ଲୋକଙ୍କ ଭରସା ଓ ବିଶ୍ୱାସ ଭାଂଗିବେନି ବୋଲି କହିଛନ୍ତି ବର୍ଷା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.