ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍ : ଫେରିପାରନ୍ତି କିଛି ପୁରୁଣା, ୫ ନୂଆ ମୁହଁକୁ ମିଳିପାରେ ସୁଯୋଗ

5/06/2022 at 9:27 AM

ଭୁବନେଶ୍ୱର ୦୫।୦୬: ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ । ପଞ୍ଚମପାଳିର ତୃତୀୟ ବର୍ଷ ପୂର୍ତ୍ତି ପରେ ନିଜ ମନ୍ତ୍ରୀ ମଣ୍ଡଳରେ ସବୁଠୁ ବଡ ଅଦଳବଦଳ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ଦିନ ୧୧ଟା ୪୫ରେ ଶପଥ ନେବେ ନୂଆ ମନ୍ତ୍ରୀମଣ୍ଡଳ ।

ତେବେ ତାଆଗରୁ ଚର୍ଚ୍ଚା ହେଉଛି କେଉଁମାନେ ମନ୍ତ୍ରୀ ହୋଇପାରନ୍ତି । ଟିମ୍‌ରେ ୫ ଜଣ ନୂଆ ମୁହଁକୁ ସାମିଲ କରାଯାଇଛି । ୫ ପୁରୁଖା ନେତା ବି ଫେରିବେ ମନ୍ତ୍ରିମଣ୍ଡଳକୁ । ୧୨ ଜଣଙ୍କୁ ମନ୍ତ୍ରୀପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ୮ ଜଣଙ୍କ ମନ୍ତ୍ରୀପଦ ରହିଛି । ମନ୍ତ୍ରୀ ହେବେ ଟୁକୁନି ସାହୁ- ଟିଟିଲାଗଡ଼ ବିଧାୟକ, ସୁଶାନ୍ତ ସିଂ – ଭଟଲି ବିଧାୟକ, ନବ କିଶୋର ଦାସ – ଝାରସୁଗୁଡ଼ା ବିଧାୟକ, ଅଶୋକ ଚନ୍ଦ୍ର ପଣ୍ଡା – ଏକାମ୍ର ଭୁବନେଶ୍ବର ବିଧାୟକ, ସମୀର ଦାଶ – ନିମାପଡ଼ା ବିଧାୟକ, ପ୍ରଫୁଲ୍ଲ ମଲ୍ଲିକ – କାମାକ୍ଷାନଗର ବିଧାୟକ , ରଣେନ୍ଦ୍ର ପ୍ରତାପ ସ୍ବାଇଁ – ଆଠଗଡ଼ ବିଧାୟକ, ନିରଞ୍ଜନ ପୂଜାରୀ – ସୋନପୁର ବିଧାୟକ, ରାଜେନ୍ଦ୍ର ଢ଼ୋଲକିଆ – ନୂଆପଡ଼ା ବିଧାୟକ, ପ୍ରତାପ ଦେବ – ଆଳି ବିଧାୟକ, ପ୍ରମିଳା ମଲ୍ଲିକ – ବିଞ୍ଝାରପୁର ବିଧାୟକ, ଅତନୁ ସବ୍ୟସାଚୀ ନାୟକ – ମହାକାଳପଡ଼ା ବିଧାୟକ, ପ୍ରଦୀପ ଅମାତ – ବୌଦ୍ଧ ବିଧାୟକ, ଉଷା ଦେବୀ – ଚିକିଟି ବିଧାୟିକା, ପ୍ରୀତିରଞ୍ଜନ ଘଡ଼ାଇ – ସୁକିନ୍ଦା ବିଧାୟକ, ରୀତା ସାହୁ – ବିଜେପୁର ବିଧାୟିକା, ରୋହିତ ପୂଜାରୀ – ରେଢ଼ାଖୋଲ ବିଧାୟକ, ଅଶ୍ବିନୀ ପାତ୍ର – ଜଳେଶ୍ବର ବିଧାୟକ, ବାସନ୍ତି ହେମ୍ବ୍ରମ – କରଞ୍ଜିଆ ବିଧାୟିକା, ଶ୍ରୀକାନ୍ତ ସାହୁ – ପୋଲସରା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିପାରେ ।

   Related Posts