Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅମ୍ଵାନୀ ପରିବାରରେ ନୂଆ ଅତିଥି, କନ୍ୟା ସନ୍ତାନକୁ ଜନ୍ମ ଦେଲେ ବୋହୂ ଶ୍ଲୋକା

1/06/2023 at 8:22 AM

ମୁମ୍ଵାଇ ୦୧।୦୬: ଦେଶର ସବୁଠୁ ବଡ ବ୍ୟବସାୟ ମୁକେଶ ଏବଂ ନୀତା ଅମ୍ବାନୀ। ବର୍ତ୍ତମାନ ତାଙ୍କ ଘରକୁ କୁନି ଅତିଥି ଆସିଛି। ପରିବାରରେ ଖୁସିର ମାହୋଲ । ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଏବଂ ବୋହୂ ଶ୍ଲୋକା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଛନ୍ତି। ଶ୍ଲୋକା ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହା ସହିତ ଅମ୍ବାନୀ ପରିବାରରେ ଆଉ ଜଣେ ସଦସ୍ୟ ସାମିଲ ହୋଇଛନ୍ତି।

akash ambani and shloka ambani blessed with a baby girl Latest News in  Hindi, Newstrack Samachar, Aaj Ki Taja Khabar | Shloka-Akash Ambani: अंबानी  परिवार के घर फिर गूंजी किलकारी, श्लोका अंबानी

୩୧ ମେ’ ଅର୍ଥାତ୍‌ ଗୁରୁବାର ମୁକେଶ ଅମ୍ବାନୀଙ୍କ ବଡ ବୋହୂ ଶ୍ଲୋକା ଏକ କନ୍ୟା ସନ୍ତାନକୁ ଦେଇଛନ୍ତି । କୁନି ଅତିଥିକୁ ସ୍ଵାଗତ କରିବା ପାଇଁ ଅମ୍ବାନୀ ପରିବାର ବହୁତ ଖୁସି ଅଛଣଯଥୀ । କହିବାକୁ ଗଲେ ଶ୍ଲୋକା ଏବଂ ଆକାଶ ପ୍ରଥମ ଥର ପାଇଁ ୧୦ ଡିସେମ୍ବର ୨୦୨୦ରେ ପିତାମାତା ହୋଇଥିଲେ। ଅମ୍ବାନୀ ପରିବାର ନିଜ ପୁଅକୁ ସ୍ୱାଗତ କରିଥିଲେ। ଦୁହିଁଙ୍କ ପୁଅର ନାମ ପ୍ରୀତି ଆକାଶ ଅମ୍ବାନୀ । ଏବେ ଏହି ପରିବାର ପ୍ରୀତି ଆକାଶ ଅମ୍ବାନୀ ତାଙ୍କ ସାନ ଭଉଣୀ ଆସିଛି।

PHOTOS: मुकेश अंबानी की बहू ने फ्लॉन्ट किया बेबी बंप, पति आकाश के साथ  श्लोका ने यूं दिए पोज

କହିବାକୁ ଗଲେ ଅମ୍ବାନୀ ପରିବାର ଦ୍ୱାରା ଏହି ଖବର ବିଷୟରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ସେଲିବ୍ରିଟି ଫଟୋଗ୍ରାଫର ୟୋଗେନ ଶାହା ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହା ବିଷୟରେ ସୂଚନା ସେୟାର କରିଛନ୍ତି। ତେବେ ଅମ୍ବାନୀ ପରିବାର ଖୁବ୍ ଶୀଘ୍ର ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେବେ।

   Related Posts