ଦେଶର ସବୁଠୁ ମହଙ୍ଗା ମଲ୍‌: ଷ୍ଟୋର୍ ଖୋଲିଲେ ମାସିକ ଭଡ଼ା ୪୦ ଲକ୍ଷ

Published By : Prameya-News7 Bureau | September 23, 2023 IST

ନୂଆଦିଲ୍ଲୀ, ୨୩/୯: ଦେଶର ସବୁଠୁ ମହଙ୍ଗା ମଲ୍‌ । ମାସିକ ଭଡା ୪୦ ଲକ୍ଷ। ଯେଉଁଠି ଦେଖିବାକୁ ମିଳିବ ବିଶ୍ୱର ନାମୀଦାମୀ ଷ୍ଚୋର୍। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ନିର୍ମାଣ କରିବାକୁ ଯାଉଛନ୍ତି ସବୁଠୁ ବିଳାସପୂର୍ଣ୍ଣ ଓ ଏକ୍ସକ୍ଲୁସିଭ୍ ସପିଂ ମଲ୍। ଯାହାର ନାଁ ଜିଓ ଓ୍ୱାର୍ଲ୍ଡ ପ୍ଲାଜା। ଏହି ମଲ୍‌ରେ ଖୋଲିବ ନାମୀଦାମୀ ବ୍ରାଣ୍ଡ୍‌ର ଷ୍ଟୋର୍। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେକ୍ସରେ ବିଜେନେସ୍‌ ସାମ୍ରାଜ୍ୟକୁ ବିସ୍ତାର କରିବ ରିଲାଏନ୍ସ।

ଅନେକ ନାମୀଦାମୀ ଆନ୍ତର୍ଜାତୀୟ ବ୍ରାଣ୍ଡ୍‌ର ପୋଷାକ ଓ ଉପକରଣ  ଯଥା- Gucci, Cartier, and Louis Vuitton ପରି କମ୍ପାନି ଏଠାରେ ରିଟେଲ୍‌ ଷ୍ଟୋର କରିବେ।ମୁକେଶ ଅମ୍ବାନୀଙ୍କ ନୂଆ ଯୋଜନା ଦ୍ୱାରା ଅନେକ ନାମୀଦାମୀ ଆନ୍ତର୍ଜାତୀୟ ବ୍ରାଣ୍ଡ୍‌ର କମ୍ପାନି ସେମାନଙ୍କ ବ୍ୟବସାୟକୁ ଭାରତରେ ପ୍ରବେଶ କରାଇବେ। ରଏଟର୍ସ ସୂଚନା ଅନୁସାରେ ଚଳିତ ବର୍ଷ ଜିଓ ଓ୍ୱାର୍ଲ୍ଡ ପ୍ଲାଜା ଖୋଲିବ।

ଆଗକୁ ଭାରତରେ ପାର୍ବଣ ଋତୁ ଆସୁଛି। ଏହି ଅବସରରେ ଅନେକ ନାମୀଦାମୀ ବିଦେଶୀ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିବା ଇଚ୍ଛା ପ୍ରକାଶ କରୁଛନ୍ତି। ପୋଷାକ ଓ ଫ୍ୟାସନ ଉପକରଣକୁ ଫୋକସ୍‌ ଦେବେ। ତେବେ ଏଥିରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ୍‌ ପାର୍ଟନର୍‌ ରହିବ।

ତେବେ ଜିଓ ଓ୍ୱାର୍ଲ୍ଡ ପ୍ଲାଜାରେ  LV, Gucci ଅନେକ ନାମୀଦାମୀ କମ୍ପାନି ଷ୍ଟୋର୍‌ ପାଇଁ ୯ ବର୍ଷରୁ ଅଧିକ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମଲ୍‌ରେ ଷ୍ଟୋର ପାଇଁ ମାସକୁ ଭଡ଼ା ବାବଦ ୪୦.୫୦ ଲକ୍ଷ ଦେବାକୁ ପଡ଼ିବ। ମୁକେଶ ଅମ୍ବାନିଙ୍କ ମଲ୍‌କୁ ଆସୁଥିବା ଆନ୍ତର୍ଜାତୀକ ବ୍ରାଣ୍ଡ୍‌ଗୁଡିକ ହେଲା- Louis Vuitton, Gucci, Cartier, Burberry, Bulgari, Dior, IWC Schaffhausen, Rimowa, Richemont, Kering

ସେହିପରି Kering ଅଧୀନରେ ଅନେକ ଫ୍ରାନ୍ସର ବ୍ରାଣ୍ଡ୍‌ Balenciaga, Bottega Veneta, Yves Saint Laurent, Creed, and Alexander McQueen ଉପଲବ୍ଧ ହେବ। ତେବେ ଏହି ପ୍ରକଳ୍ପର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯାଇନାହିଁ। ଆସନ୍ତା ନଭେର କିମ୍ବା ଡିସେମ୍ବରରେ ରିଲାଏନ୍ସ ଏହି ମେଗା ମଲ୍‌ର ଓପନିଂ କରିପାରେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.