oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପ୍ରସ୍ତାବ ଭାଙ୍ଗିଯିବା ସତ୍ତ୍ବେ ବି ଘରୁ ଲୁଚି କଲେ ପ୍ରେମ ବିବାହ, ଶେଷରେ ଯୌତୁକ ଯୁଇରେ ଜଳିଲେ ନବବଧୂ !

3/07/2020 at 8:51 AM

ଭଦ୍ରକ ୩।୭: ପୁଣି ବଧୂହତ୍ୟା ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚକପୁର ଗାଁରୁ । ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଅଣ୍ଡରେଇ ଗାଁର ପ୍ରଞ୍ଜା ପାରମିତା ଜେନାଙ୍କ ସହ ଭଦ୍ରକ ଜିଲ୍ଲା ଚକପୁର ଗାଁର ତପନ ଜେନାଙ୍କ ସହ ବିବାହ ପ୍ରସ୍ତାବ ପଡିଥିଲା । କିନ୍ତୁ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ହେବାରୁ ବିବାହ ଭାଙ୍ଗିଯାଇଥିଲା । କିନ୍ତୁ ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ୪ ମାସ ତଳେ ଉଭୟ ଘରୁ ପଳାଇଯାଇ ବିବାହ କରିଥିଲେ ।

ବିବାହ ପରେ ନବବଧୂଙ୍କୁ ଯୌତୁକ ପାଇଁ ଶ୍ଵଶୁର ଘର ଲୋକେ ନିର୍ଯାତନା ଦେଉଥିବା କହିଛନ୍ତି ମୃତକଙ୍କ ମା’ । ଏବେ ଝିଅକୁ କିରୋସିନ ଢାଳି ହତ୍ୟା କରାଯାଇଥିବା ନେଇ ଝିଅ ଘରଲୋକେ ଅଭିଯୋଗ କରିଛନ୍ତି ।

ଭଦ୍ରକ ଏସଡିପିଓ ଓ ଗ୍ରାମାଞ୍ଚଳ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ୍ ଟିମ୍ ମଧ୍ୟ ଗାଁରେ ପହଞ୍ଚି ଯାଞ୍ଚ କରୁଛି । ମୃତ ନବବଧୂଙ୍କ ସ୍ଵାମୀ ତପନ ଜେନାକୁ ଗ୍ରାମାଞ୍ଚଳ ପୋଲିସ ଅଟକ ରଖିଥିବା ବେଳେ ଶାଶୁ, ଶ୍ଵଶୁର, ନଣନ୍ଦ, ଯା ଓ ଦେଢଶୁର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

   Related Posts