ଫଟୋ ଉଠାଇବା ବେଳେ ନବ ବିବାହିତାଙ୍କ ଲୁକ୍‌ କଲା ଦିଓ୍ବାନା, ଭାଇରାଲ ହେଉଛି ଭିଡିଓ…

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/ ୦୬ : ସୋସିଆଲ ମିଡିଆରେ ଭଳିକି ଭଳି ମଜାଦାର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦେଖିଲେ ହସ ରୋକି ହେବନି ଆଉ କିଛି ଭିଡିଓ ଚକିତ କରିବା ଭଳି । ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ଭାଇରାଲ ହେବା​‌ରେ ଲାଗିଛି । ଯେଉଁଥିରେ ଜଣେ ନବ ବିବାହିତା ଏଭଳି ଆକ୍ସନ ଦେଖାଉଛନ୍ତି ଯାହାକୁ ଦେଖିଲେ ସମସ୍ତେ କହିବେ ‘ଆଁଖ୍ ମାରେ... ଓଃ ଲଡକୀ ଆଁଖ୍ ମାରେ’ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ନବ ବିବାହିତ ଦମ୍ପତ୍ତି ବିବାହ ପରେ ପରିବାର ଲୋକଙ୍କ ସହିତ ଫଟୋ ଉଠାଉଥିଲେ । ନବ ବିବାହିତା ଜଣଙ୍କ ବେଶ ଖୁସିରେ ଫଟୋ ଉଠାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କିଛି କ୍ଷଣ ପାଇଁ ଯୁବତୀଜଣକ ଆଖି ମାରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆ​‌ରେ ଭାଇରାଲ ହେବା ସହିତ ୟୁଜରମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି

wp:html
/wp:html

ଭିଡିଓ ଦେଖିବା ପରେ ଆପଣ ମଧ୍ୟ ନହସି ରହିପାରିବେନି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ jaat_k_jokes ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଅନେକ ଲୋକ ଦେଖିସାରିଲେଣି ।ଅନେକ ୟୁଜର ପସନ୍ଦ କରୁଛନ୍ତି ତ କେହି କେହି ଯୁବତୀଙ୍କ ଲୁକ୍ ଦେଖି ତାଜୁବ ହୋଇଯାଉଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.