ନୂଆ ସେନ୍ସେସନ-ପୁଣି ଚର୍ଚ୍ଚାରେ ଆଇଟମ ଡ୍ୟାନ୍ସର ଲଭଲି, ହସପିଟାଲ୍ ବେଡରେ ହଙ୍ଗାମା
15/02/2020 at 8:13 PM

ପଟ୍ଟାମୁଣ୍ଡାଇ ୧୫।୦୨ – ପୁଣି ଚର୍ଚ୍ଚାରେ ଆଇଟମ ଡ୍ୟାନ୍ସର ଲଭଲି । ଖଣ୍ଡଗିରି ଯାତ୍ରା ସରିନଥିବା ବେଳେ ପୁଣି ଲଭଲିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଭଲି ଆଜିକାଲି ଯାତ୍ରା ଦୁନିଆରେ ଖୁବ ପପୁଲାର। ତେବେ ହଠାତ ତାଙ୍କୁ ଡାକ୍ତରଖାନାରେ ଠାବ କରାଯାଇଥିଲା।

ହସ୍ପିଟାଲ ବେଡ୍ରେ ଲଭ୍ଲି ।…ଆପଣ ଲଭଲିଙ୍କୁ ଚିହ୍ନି ପାରୁନାହାନ୍ତି। ଯାତ୍ରା ଦୁନିଆରେ ସେ ଏବେ ପରା ନୂଆ ସେନ୍ସେସନ। ଏବେ ଏବେ ଖଣ୍ଡଗିରି ଷ୍ଟେଜରେ ତାଙ୍କର ନାଚ ଖୁବ ଚର୍ଚ୍ଚା ହୋଇଥିଲା । … ଏବେ ଲଭଲି ଫୁଲ ଟେନ୍ସନ। ପାଖରେ ଅଛନ୍ତି ଡ୍ରାଇଭର, ବୁଝାଉଛନ୍ତି କିନ୍ତୁ ସେ ଅବୁଝା। ।ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମେଡିକାଲର। ପଟ୍ଟାମୁଣ୍ଡାଇର ଯାତ୍ରା ସ୍ବର୍ଣ୍ଣ ମନ୍ଦିରର ନୃତ୍ୟ ସାରି ଘରକୁ ଫେରୁଥିଲେ ଲଭଲି । ହେଲେ ଅସଂଯତ ଅବସ୍ଥାରେ ପୋଲିସ ହାବୁଡରେ ପଡିଥିଲେ । ମାତ୍ରାଧିକ ମଦ ପିଇଥିବା ସନ୍ଦେହ କରି ପୋଲିସ ତାଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ନେଇଥିଲା ।

ହସ୍ପିଟାଲରେ ଲଭଲିଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ ଡାକ୍ତର। ହେଲେ ନିଶାରେ ଚୁର୍ ଲଭ୍ଲି ହସ୍ପିଟାଲରେ ହୋହଲ୍ଲା କରିଥିଲେ। ଏପରିକି ସାଲାଇନ ଛୁଞ୍ଚି ବି ହାତରୁ ଖୋଲି ଦେଇଥିଲେ।ପୋଲିସ ଉଭୟଙ୍କୁ ପଚରା ଉଚରା କରି ଛାଡିଦେଇଥିଲା ।ତେବେ ସେ ମଦ ପିଇନଥିଲେ ବୋଲି ପରେ ସଫେଇ ଦେଇଛନ୍ତି ଲଭ୍ଲି ।…
ମଦ ପିଇ ମାତାଲ ଅବସ୍ଥାରେ ଧରାପଡ଼ିବା ପରେ ମଧ୍ୟ ସେମିତି ସଫେଇ ଦେଇ ଏଡ଼େଇ ଦେଇଛନ୍ତି ଲଭଲି ।…