ଫୋର୍ଡର ଶସ୍ତା ଏସୟୁଭି ଅବତାର-୨୦୨୦ରେ କରିବ ଧମାକା

Published By : Prameya-News7 Bureau | November 04, 2019 IST

ଟେଷ୍ଟିଂ ସମୟରେ ନଜର ଆସିଛି ଫୋର୍ଡର ଇକୋସ୍ପୋର୍ସ କାର୍‌ର ନୂଆ ଲୁକ୍‌ ନଜର ଆସିଛି । ଆସନ୍ତା ବର୍ଷ ଏହି ଫୋର୍ଡ ର ଏହି ଏସ୍‌ୟୁଭିର ବଜାର  ପ୍ରବେଶ ବା ଲଞ୍ଚିଂ ହେବ ।ଫର୍ଡ ନିଜର ୧.୫ ଲିଟରର ପେଟ୍ରୋଲ ଓ ଡିଜେଲ ଇଞ୍ଜିନକୁ ବିଏସ- 6 ଦ୍ବାରା ଅପଗ୍ରେଡ କରିବ । ୧.୫ ଲିଟରର ଡିଜେଲ ଇଞ୍ଜିନ ୧୦୦ ବିଏଚ୍‌ପିର ପାୱାର ୨୦୫ ନ୍ୟୁଟନ ମିଟର ଟର୍କ ପ୍ରଦାନ କରିବ।

{"id":178898}

ଏହି ଗାଡିରେ ଅନେକ ସ୍ୱତନ୍ତ୍ରତା ଅଛି ପେଟ୍ରୋଲ ଇଞ୍ଜିନ ୧୨୩ ବିଏଚପି ପାୱାର ୧୫୦ ନ୍ୟୁଟନ ମିଟର ଟର୍କ ପ୍ରଦାନ କରିବ । କାର୍‌ରେ ୫ ସ୍ପିଡ ମାନୁଆଲ ଓ ୬ ସ୍ପିଡ୍‌ ଗିୟରବକ୍ସ ଦେଖିବାକୁ ମିଳିବ। କାର୍‌ର ଏକ୍ସଟେରିଅର ଓ ଇଣ୍ଟେରିଅରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କମ୍ପାନୀ କାରର ଇଞ୍ଜିନ ମଧ୍ୟ ଅପ୍‌ଡେଟ କରିବ। ଫର୍ଡ ଇକୋସ୍ପର୍ଟ  କାର ଖାସ କରିକି ନିଜର ସେଫ୍ଟି ଫିଚର ପାଇଁ ଚର୍ଚ୍ଚାରେ ରହେ। 

{"id":178901}

ଏହି କାରରେ ଅନେକ ସେଫ୍ଚି ଫିଚରସ୍‌ ରହିଛି । ଏଥିରେ ୬ ଏୟାରବ୍ୟାଗ  ଦିଆଯାଇଛି । କାର୍‌ରେ ଉଭୟ ଏଣ୍ଡ୍ରୋଏଡ୍‌ ଅଟୋ ଓ ଏପ୍ପଲ କାର ପ୍ଲେ ଉପଲବ୍ଧ ରହିଛି। ଭାରତରେ ଏହି  ଗାଡି ମହିନ୍ଦ୍ରା ଏକ୍ସୟୁଭି ୩୦୦, ମାରୁତି ସୁଜୁକି ବିଟାରା ବ୍ରେଜା ଓ ଟାଟା ମୋଟର୍ସର ନେକ୍ସନ ଏସୟୁଭି  ସହ ପ୍ରତିଦ୍ୱନ୍ଦିତା କରିବ । ଭାରତରେ ଫର୍ଡ ଇକୋସ୍ପର୍ଟର ଦାମ ୭.୮୨ ଲକ୍ଷରୁ ଆରମ୍ଭ କରି ୧୧.୩୬ ଲକ୍ଷ ମଧ୍ୟରେ ରହିଛି। ତେବେ ଏସୟୁଭିର ବିଏସ 6 ମଡେଲରେ କିଛି ପରପିବର୍ତ୍ତନ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.