ବ୍ୟାଙ୍କରେ ଯଦି ରଖିଛନ୍ତି ଲକର ୧ ଜାନୁୟାରୀରୁ ବଦଳିଯିବ ନିୟମ

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ ୧୭।୧୨: ଯଦି ବ୍ୟାଙ୍କରେ ଆପଣଙ୍କର ଲକର ଅଛି ତେବେ ଏହି ଖବର ଆପଣଙ୍କ ଲାଗି ଜରୁରି। ୧ଜାନୁୟାରୀ ୨୦୨୩ରୁ ବ୍ୟାଙ୍କ ଲକର ଗ୍ରାହକଙ୍କ ଲାଗି ନିୟମ ବଦଳିଯିବ। ଗ୍ରାହକଙ୍କ ଧ୍ୟାନରେ ରଖିବାକୁ ହେବ ଯେ ସେମାନଙ୍କୁ ଏକ ଲକର ଏଗ୍ରିମେଣ୍ଟ କରିବାକୁ ହେବ। ନୂଆ ଏଗ୍ରିମେଣ୍ଟ ୧ ଜାନୁୟାରୀ ୨୦୨୩ରୁ ଲାଗୁ ହେବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଭଳି ବ୍ୟାଙ୍କମାନେ ଏବେ ସେମାନଙ୍କ ଗ୍ରାହକଙ୍କୁ ଏ ବାବଦେ ଏସଏମଏସ କରି ସୂଚିତ କରୁଛନ୍ତି।

ପିଏନବି ପକ୍ଷରୁ ଗ୍ରାହକଙ୍କୁ ପଠାଯାଉଥିବା ଏସଏମଏସ୍‌ରେ ଆରବିଆଇଙ୍କ ନୂଆ ଗାଇଡଲାଇନ ଅନୁସାରେ ନୂଆ ଲକର ଏଗ୍ରିମେଣ୍ଟ ୩୧ ଡିସେମ୍ବର ୨୦୨୨ ପୂର୍ବରୁ ଲାଗୁ ହେବ। ଏଣୁ ଯଦି ଆପଣ ଏଗ୍ରିମେଣ୍ଟ ସ୍ୱାକ୍ଷର କରି ନାହାନ୍ତି ତ ବ୍ୟାଙ୍କକୁ ଯାଇ ନୂଆ ଏଗ୍ରିମେଣ୍ଟ କରି ଆସନ୍ତୁ। ତେବେ ଆସନ୍ତୁ ଜାଣିବା ୧ ଜାନୁୟାରୀ ୨୦୨୩ରୁ ଲକର ସମ୍ପର୍କିତ କେଉଁ ନିୟମ ଲାଗୁ ହେବ।

{"id":722101,"width":841,"height":629,"sizeSlug":"full","linkDestination":"none"}

ଲକର ଏକସେସ୍‌କୁ ନେଇ ଏସଏମଏସ ଓ ଇ-ମେଲ ଆଲର୍ଟ
ଅନାଧିକୃତ ଭାବେ ଲକର ଏକସେସ୍‌ କରାଯିବା ସ୍ଥିତିରେ ଦିନ ସମାପ୍ତ ହେବା ପୂର୍ବରୁ ବ୍ୟାଙ୍କ ଗ୍ରାହକଙ୍କୁ ରେଜିଷ୍ଟ୍ରାଡ ମେଲ ଆଇଡି ଓ ମୋବାଇଲ ନମ୍ବରକୁ ତାରିଖ, ସମୟ ଓ ଜରୁରି ପଦକ୍ଷେପ ସମ୍ପର୍କରେ ସୂଚିତ କରିବେ।

ଏପରି ପରିସ୍ଥିତିରେ ଏବେ ଗ୍ରାହକଙ୍କୁ ପଇସା ଦେବେ ବ୍ୟାଙ୍କ
ଆରବିଆଇଙ୍କ ନୂଆ ଷ୍ଟାଣ୍ଡାର୍ଡ ଅନୁସାରେ ଯଦି ବ୍ୟାଙ୍କର ଅବହେଳା ଯୋଗୁ ଲକରରେ ଥିବା କୌଣସି ସାମଗ୍ରୀର କ୍ଷତି ହୁଏ ତେବେ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବେ। ଏଣୁ ଆରବିଆଇ ନୋଟିଫିକେସନରେ କହିଛନ୍ତି ଯେ ବ୍ୟାଙ୍କ ସୁରକ୍ଷାର ସମସ୍ତ ପଦକ୍ଷେପ ନେବେ ଏହା ବ୍ୟାଙ୍କମାନଙ୍କର ଦାୟିତ୍ୱ। ସେହିପରି ବ୍ୟାଙ୍କଙ୍କ ଦାୟିତ୍ୱହୀନତା ଯୋଗୁ ଯେପରି ଚୋରି, ଅଗ୍ନିକାଣ୍ଡ ଓ ଡକୈତୀ ଭଳି ଘଟଣା ଯେପରି ନ ଘଟେ ତାହା ସୁନିଶ୍ଚିତ କରିବା ବ୍ୟାଙ୍କମାନଙ୍କର ଦାୟିତ୍ୱ।

{"id":722102,"sizeSlug":"full","linkDestination":"none"}

ଏପରି ମାମଲାରେ କ୍ଷତିପୂରଣ ଦେବେନି ବ୍ୟାଙ୍କ
ଯଦି ପ୍ରାକୃତିକ ବିପର୍ଯ୍ୟ ଯେପରିକି ଭୂମିକମ୍ପ, ବନ୍ୟା, ବାତ୍ୟା ଓ ତୋଫାନ ଆଦି ଯୋଗୁ ଲକରରେ ଥିବା ସାମଗ୍ରୀ ଯଦି ନଷ୍ଟ ହୁଏ ତେବେ ଏହି କ୍ଷତି ଭରଣା ଲାଗି ବ୍ୟାଙ୍କ ଦାୟି ନୁହନ୍ତି। ସେହିପରି ଅସଂଶୋଧିତ ଗାଇଡଲାଇନ ଅନୁସାରେ ଗ୍ରାହକଙ୍କ ଦାୟିତ୍ୱ ହୀନତା ଲାଗି ଯଦି ଲକରରେ ଥିବା ସାମଗ୍ରୀ ନଷ୍ଟ ହୁଏ ବ୍ୟାଙ୍କ ତାର ମଧ୍ୟ ଭରଣା ବ୍ୟାଙ୍କ କରିବେନି। ତେବେ ବ୍ୟାଙ୍କ ଏପରି ବିପର୍ଯ୍ୟୟରୁ ଲକରରେ ଗ୍ରାହକଙ୍କ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବେ।

ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେଲେ
ନୂଆ ନିୟମ ଅନୁସାରେ ଆକାଉଣ୍ଟ ଧାରୀ ଯଦି କାହାକୁ ନୋମିନେଟ କରିଥାନ୍ତି ତେବେ ବ୍ୟାଙ୍କ ସାମଗ୍ରୀ ବାହାର କରିବା ପାଇଁ ତାଙ୍କୁ ସ୍ୱାଧୀନତା ଦେଇପାରିବେ। ତେବେ ମୃତ ବ୍ୟକ୍ତିଙ୍କ ଡେଥ୍ ସାର୍ଟିଫିକେଟ୍ ଭେରିଫିକେସନ ଓ ବ୍ୟକ୍ତିଙ୍କ ଚିହ୍ନଟ ପୁଷ୍ଟି ହେବା ପରେ ଏହା କରାଯାଇ ପାରେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.