ମେ ୧୭ ଯାଏଁ ବଢିଲା ଲକଡାଉନ୍

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ, ୦୧|୦୫: ଶେଷରେ ବଢିଲା ଲକଡାଉନ୍ । ଦେଶରେ ଆହୁରି ୨ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରାଯାଇଛି । ମେ ୧୭ ଯାଏଁ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଏହି ଲକଡାଉନ୍ ମେ ୩ ତାରିଖର ଶେଷ ହୋଇଥିାନ୍ତା । ଲକଡାଉନ୍ ବଢିଥିଲେ ମଧ୍ୟ କଟକଣାକୁ କିଛି କୋହଳ କରାଯାଇଛି । ତେବେ ରେଡ୍ ଜୋନରେ କଟକଣା କୋହଳ ହେବ ନାହିଁ ।

ରେଡ୍‌ ଜୋନ୍ ଏବଂ ହଟ୍‌ସ୍ପଟ୍‌ ଜୋନ୍‌ରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ ଗ୍ରୀନ ଜୋନ୍‌ ଏବଂ ଅରେଞ୍ଜ ଜୋନରେ କିଛିଟା କୋହଳ ଦିଆଯାଇଛି। କିନ୍ତୁ ଲକ୍‌ଡାଉନ୍‌ ଅବଧିରେ ସ୍କୁଲ, କଲେଜ୍ ଏବଂ ବିଶ୍ଵ ବିଦ୍ୟାଳୟ ବନ୍ଦ ରହିବ।

wp:core-embed/twitter {"url":"https://twitter.com/ANI/status/1256206963723120643?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Flockdown-extended-for-two-weeks-in-the-country-ban-till-may-17-some-relaxation-in-green-and-orange-zones%2Farticleshow%2F75492151.cms","type":"rich","providerNameSlug":"twitter","className":""}
https://twitter.com/ANI/status/1256206963723120643?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Flockdown-extended-for-two-weeks-in-the-country-ban-till-may-17-some-relaxation-in-green-and-orange-zones%2Farticleshow%2F75492151.cms
/wp:core-embed/twitter

ଗ୍ରୀନ ଜୋନରେ ସମସ୍ତ ବଡ ଆର୍ଥିକ ଗତିବିଧିକୁ ମଞ୍ଜୁର ଦିଆଯାଇଛି। ବସ୍ ଚାଲିବ ମାତ୍ର ବସର କ୍ଷମତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଡିପୋରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କାମ କରିବେ ନାହିଁ। ଅରେଞ୍ଜ ଜୋନରେ ବସ୍‌ ଚଳାଚଳ କରିବ ନାହିଁ। ମାତ୍ର ଅରେଞ୍ଜ ଜୋନରେ କ୍ୟାବ୍‌ ଚଳାଚଳକୁ ଅନୁମତି ମିଳିଛି। ଗୋଟିଏ ଓଲା , କ୍ୟାବରେ ଡ୍ରାଇଭର ସହିତ କେବଳ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଅରେଞ୍ଜ  ଜୋନରେ ଇଣ୍ଡଷ୍ଟ୍ରିୟାଲ ଗତିବିଧି ଆରମ୍ଭ ହେବ ଏବଂ କମ୍ପ୍ଲେକ୍ସ ମଧ୍ୟ ଖୋଲିବ। ରେଡ୍ ଜୋନରେ ସବୁ ବନ୍ଦ ରହିବ।

ଦେଶରେ ମୋଟ୍ ୭୩୯ ଜିଲ୍ଲାକୁ ଜୋନ୍‌ରେ ବିଭକ୍ତ କରାଯାଇଛି। ୩୦୭  ଜୋନରେ ଏବେ ମଧ୍ୟ କରୋନା ଛୁଇଁ ପାରିନାହିଁ। ତେଣୁ ଏହି ୩୦୭ ଜିଲ୍ଲା ଗ୍ରୀନ ଜୋନରେ ରହିଛି। ମେ ୩ ପରେ ଏହି  ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି।

ମେ ୩ରେ ଲକ୍‌ଡାଉନ୍‌ ସମାପ୍ତ ହେବାର ଥିଲା। ଏହାର ଠିକ୍ ପୂର୍ବରୁ ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ  ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ଥିଲା। ଏହା ପରେ ଏପ୍ରିଲ ୧୫ରୁ ମେ ୩ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.