ଚାକିରି ପାଇଁ ଯୁବତୀ ସେୟାର କଲେ ବିକିନି ଫଟୋ, ଆସିଲା ହଜାର ହଜାର ଅଫର

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ ୧୯।୧୨: ଚାକିରି ପାଇବା ପାଇଁ ଆପଣ ମଧ୍ୟ ଅନେକ ଥର ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟ ଦେଇ ଆବେଦନ କରିଥିବେ। ଯେଉଁଥିରେ ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥିବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଗୋଟେ ଝିଅ ବିଷୟରେ କହିବାକୁ ଯାଛୁ। ଯିଏ ଚାକିରି ପାଇବା ପାଇଁ ସୋସିଆଲ ମିଡିଆରେ ଏପରି ପୋଷ୍ଟ କରିଛନ୍ତି। ଯାହା ପରେ ଟ୍ରୋଲରମାନେ ତାଙ୍କୁ ନେଇ ନା ନା କମେଣ୍ଟ କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଯୁବତୀ ଜଣଙ୍କ ୨୪ ବର୍ଷର । ଯିଏ ଚାକିରି ପାଇଁ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ସେ କୌଣସି ବୃତ୍ତିଗତ ଫଟୋ ରଖି ନାହାଁନ୍ତି, କିନ୍ତୁ ଏପରି ଏକ ଫଟୋ ଲଗାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲ । ସେ ଏକ ବିକିନି ପିନ୍ଧି ସମୁଦ୍ର କୂଳରେ ଠିଆ ହୋଇଛନ୍ତି। ଏହି ଝିଅଟି ଗତ କିଛି ସପ୍ତାହ ଧରି ଅଷ୍ଟ୍ରେଲିଆରେ ବୁଲୁଛି । ରିପୋର୍ଟ ଅନୁଯାୟୀ, ସେ ଖ୍ରୀଷ୍ଟମାସ ପରେ ଏକ ନୂତନ ଚାକିରିକୁ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ସେ ଏକ ଫେସବୁକ ପେଜରେ ଚାକିରି ପାଇଁ ପୋଷ୍ଟ କରିଥିଲେ। ଆସନ୍ତୁ ଜାଣିବା ସେ କଣ ଲେଖିଛନ୍ତି?

ଏହି ପୋଷ୍ଟରେ ଟେଡି ଲେଖିଛନ୍ତି ଯେ ସେ ନୂଆ ବର୍ଷ ପାଇଁ ଚାକିରି ଖୋଜୁଛନ୍ତି। ଏଥିରେ ସେ ଆହୁରି ଲେଖିଛନ୍ତି ଯେ ଯଦି ସେ ରହିବାକୁ ସ୍ଥାନ ପାଆନ୍ତି ତେବେ ଏହା ଭଲ ହେବ। ସେ କହିଛନ୍ତି ଯେ ସେ ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ପ୍ରସ୍ତୁତ ଏବଂ ତାଙ୍କର ଏକ କାର ମଧ୍ୟ ଅଛି ଏବଂ ଏହା ସହିତ ସେ ଏକ ବିକିନି ଫଟୋ ଲଗାଇଛନ୍ତି। ଏହି ସବୁ ଦେଖିଲା ପରେ ସୋସିଆଲ ମିଡିଆରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

ଏଭଳି ପୋଷ୍ଟ ଦେଖିବା ପରେ ଲୋକମାନେ ବହୁତ କମେଣ୍ଟ କରିଥିଲେ । ସେ ଲେଖିଛନ୍ତି ଯେ, ଏପରି ବିକିନି ଫଟୋ ପୋଷ୍ଟ କରି ତୁମେ ଚାକିରି ପାଇବ ନାହିଁ । ଏହି ଫଟୋ ଦେଖିବା ଟ୍ରୋଲରମାନେ ଟ୍ରୋଲ କରିଥିଲେ। ଟେଡି କହିଛନ୍ତି ଯେ ତାଙ୍କୁ ଅନେକ ଚାକିରି ଅଫର ମିଳିଛି। ଯାହା ପ୍ରଥମେ ମୁଁ ସେହି ଚାକିରି ଅଫର୍ ଦେଖିବି ଏବଂ ତା’ପରେ କହିବି ମୁଁ କେଉଁ କାମ କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.