ଓଡ଼ିଶାକୁ ଆସିବ ନୂତନ ପୁଞ୍ଜି ନିବେଶ; ଜାପାନ୍ ଗସ୍ତରେ ଯାଇ ଟପ୍ ବିଜ୍ନେସ୍ ଟାଇକୁନ୍ଙ୍କୁ ଭେଟିବେ ନବୀନ
25/03/2023 at 9:24 PM

ଭୁବନେଶ୍ୱର ୨୫/୦୩: ଓଡିଶାକୁ ପୁଞ୍ଜି ଆଣିବା ଲାଗି ଜାପାନ ଯିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଲାଗି ଏପ୍ରିଲ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିବେ। ମେକ ଇନ୍ ଓଡ଼ିଶା ସଂସ୍କରଣରେ ଭାଗନେଇ ଓଡ଼ିଆ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଜାପାନ ରାଷ୍ଟ୍ରଦୂତ। ଏବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏଦିଗରେ ବେଶ ସହାୟକ ହେବ ବୋଲି କୁହାଯାଉଛି।
ଜାପାନଗସ୍ତ ପାଇଁ ସରକାରୀ ଭାବେ ଯଦିଓ ତାରିଖ ଘୋଷଣା ହୋଇନି କିନ୍ତୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସରିଛି ବୋଲି ସୂଚନା ମିଳିଛି। ଜାପାନ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଟପ୍ ବିଜ୍ନେସ୍ ଆଇକନ୍ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ନିବେଶ ନେଇ ବିସ୍ତୃତ ଆଲୋଚନା ହେବ। ନିବେଶ ପାଇ ଓଡ଼ିଶାରେ ଥିବା ସମ୍ଭାବନାର ରୋଡ଼ ମ୍ୟାପ ଦେଖାଇବେ ନବୀନ। ଓଡ଼ିଶା ସହ ଜାପାନର ବାଣିଜ୍ୟିକ ସୁସମ୍ପର୍କ ରହିଛି। ଓଡ଼ିଶା ସରକାର ଶିଳ୍ପାୟନକୁ ପ୍ରାଧାନ୍ୟ ଦେଉଛନ୍ତି।
କିପରି ଭାବେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସି ବିନିଯୋଗ ହେବା ସହିତ ସମୃଦ୍ଧ ହେବ ଓଡ଼ିଶା, ଶିକ୍ଷିତ ଯୁବକ କର୍ମନିଯୁକ୍ତି ପାଇବେ, ସେନେଇ ମୁଖ୍ୟମନ୍ତ୍ରୀ ସବୁ ଯାଗାକୁ ଯାଇ ଆଲୋଚନା କରୁଛନ୍ତି। ଜାପାନ ପୁଞ୍ଜି ଭାରତକୁ ଆସିବା ଆରମ୍ଭ କରିଛି। ଓଡ଼ିଶାକୁ ଫୋକସ ପଏଣ୍ଟ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଫଳପ୍ରଦ ହେବ ସମସ୍ତେ ବେଶ୍ ଆଶାବାଦୀ ଥିବା ଜଣାପଡ଼ିଛି। ଓଡ଼ିଶା ନିବେଶର ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଉଛି।