କରୋନା ପାଇଁ ଲଞ୍ଚ୍ ହେଲା ହେଲଥ୍ ଇନସ୍ୟୁରାନ୍ସ, ଦାମ ମାତ୍ର ଏତିକି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ, ୧୯|୦୩:    ଭାରତରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଦେଶରେ ପ୍ରାୟ ୧୮୦ରୁ ଅଧିକ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୪ଜଣ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରେ କ୍ଲିନିକ୍ ହେଲଥକେୟାର ଦେଶରେ କରୋନା ଭାଇରସ ପାଇଁ ପ୍ରଥମ ଇନସ୍ୟୁରାନ୍ସ ପ୍ଲାନ ଲଞ୍ଚ୍ କରିଛି। ଏହି ପ୍ଲାନରେ କରୋନା ଭାଇରସରେ ସଂକ୍ରମିତ ଗ୍ରାହକ ଓ ତାଙ୍କ ପରିବାରକୁ ସହାୟତା ମିଳିବ। ଏହି ପ୍ଲାନର ନାମ କରୋନା ଭାଇରସ ସପୋର୍ଟ ରଖାଯାଇଛି।

{"id":241195,"width":753,"height":423,"sizeSlug":"large"}

୪୯୯ଟଙ୍କାରେ ମିଳିବ ଏହି ପ୍ଲାନ

କମ୍ପାନୀ ଏହି ପ୍ଲାନର ଦାମ ୪୯୯ ଟଙ୍କା ରଖିଛି। ଏଥିରେ ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ମିଳିବ। ହସ୍ପିଟାଲ ଖର୍ଚ୍ଚ ମଧ୍ୟ ଏହି ପ୍ଲାନରେ ବହନ କରାଯିବ। ତେବେ ୪୯୯ ପ୍ଲାନ ସହ କମ୍ପାନୀ  ଆଉ କିଛି ପ୍ଲାନ ମଧ୍ୟ ଲଞ୍ଚ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.