ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ନେଦରଲାଣ୍ଡରେ ଚିହ୍ନଟ ହେଲା କରୋନାର ନୂଆ ସବ ଭାରିଆଣ୍ଟ, ଜାଣନ୍ତୁ କେତେ ଘାତକ ‘ସେଣ୍ଟାରସ’ ?

14/07/2022 at 6:34 PM

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ କରୋନାର ଓମିକ୍ରନ ଭାରିଆଣ୍ଟର ଆଉ ଏକ ଅଧିକ ସଂକ୍ରାମକ ସବ ଭାରିଆଣ୍ଟ ଚିହ୍ନଟ ହୋଇଛି । ବିଏ.୨.୭୫ ସବ ଭାରିଆଣ୍ଟ ଯାହାକୁ ସେଣ୍ଟାରସ ନାଁ ଦିଆଯାଇଛି । ଏହି ସବ ଭାରିଆଣ୍ଟ ନେଦରଲାଣ୍ଡରୁ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହି ଭାରିଆଣ୍ଟ ଦ୍ରୁତି ଗତିରେ ବ୍ୟାପୁଛି ଯାହା ସ୍ଥିତିକୁ ଅଧିକ ଜଟିଳ କରିପାରେ। ମିଡିଆ ରିପୋର୍ଟ ଅନୁସାରେ, ଏହି ସବ ଭାରିଆଣ୍ଟ ନର୍ଥଇଷ୍ଟ ଗୋଲଡରଲାଣ୍ଡ ପ୍ରାନ୍ତରୁ ନିଆଯାଇଥିବା ଏକ ନମୂନାରୁ ଚିହ୍ନଟ ହୋଇଛି । ଜୁନ ୨୬ରେ ଏହାକୁ ସଂଗ୍ରହ କରାଯାଇଥିଲା ।  

ସମ୍ୱାଦ ସରବହାର ସଂସ୍ଥା ଏଏଫପି ଅନୁସାରେ, ଡଚ୍ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ବୁଧବାର ଏହି ସୂଚନା ଦେଇଛି । ତେବେ ଓମିକ୍ରନର ଏହି ସବ ଭାରିଆଣ୍ଟ ବାବଦରେ ଅଧିକ ସୂଚନା ଉପଲବ୍ଧ ନାହିଁ, କିନ୍ତୁ ଏହା ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଟ୍ୱିଟ କରି କହିଥିଲେ, ଏହି ସବ ଭାରିଆଣ୍ଟ ଉପରେ ଅନୁଧ୍ୟାନ ଜାରି ରଖିଛି । କିନ୍ତୁ ବିଶ୍ଲେଷଣ କରିବା ପାଇଁ ଆମ ପାଖରେ ସୀମିତ ତଥ୍ୟ ଥିବା ସେ କହିଥିଲେ । ଏହାସହ ସେ କହିଥିଲେ, ଏହି ସବ ଭାରିଆଣ୍ଟର ସ୍ପାଇକ ପ୍ରୋଟିନରେ ଆହୁରି ମ୍ୟୁଟେସନ ଦେଖିବାକୁ ମିଳୁଛି।

   Related Posts