Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୀତି ଆୟୋଗ ବୈଠକରେ ତିଆରି ହେଲା ନ୍ୟୁ-ଇଣ୍ଡିଆ ରୋଡମ୍ୟାପ୍ : ଓଡ଼ିଶାକୁ ଫୋକସ ଷ୍ଟେଟ୍ ମାନ୍ୟତା ଦାବି

15/06/2019 at 5:40 PM

ନୀତି ଆୟୋଗ ବୈଠକରେ ତିଆରି ହେଲା ନ୍ୟୁ-ଇଣ୍ଡିଆର ରୋଡ୍‌ମ୍ୟାପ୍‌ । ୨୦୨୪ ଭିତରେ ଭାରତର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗର ପଞ୍ଚମ ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ । ସେହିଭଳି ଏହି ବୈଠକରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍‌ର ମାନ୍ୟତା ଏବଂ ଫୋନି ଜନିତ କ୍ଷୟକ୍ଷତିର ସହାୟତା ପାଇଁ ଦାବି କରିଛନ୍ତି । ….

ନୀତି ଆୟୋଗ ବୈଠକରେ ନ୍ୟୁ-ଇଣ୍ଡିଆର ରୋଡ୍‌ମ୍ୟାପ୍‌ । ୨୦୨୪ ଭିତରେ ଭାରତର ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର୍‌ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଥିବା ପଞ୍ଚମ ନୀତି ଆୟୋଗ ବୈଠକରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ନୂଆ ଭାରତର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ଏଥିସହ ମରୁଡ଼ି ଓ ରିଲିଫ, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢ଼ାଞ୍ଚାଗତ ପରିବର୍ତନ ଓ କୃଷି ବଜାରର ସ୍ଥିତି, ମାଓ ଉପଦୃତ ଅଂଚଳର ସୁରକ୍ଷା ଭଳି ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତର ଅର୍ଥବ୍ୟବସ୍ଥାକୁ ଯେଉଁ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ତାହା ଅତ୍ୟନ୍ତ ଚୁନୌତିପୁର୍ଣ୍ଣ । ହେଲେ ସବ୍‌କା ସାଥ୍‌- ସବ୍‌କା ବିକାଶ -ସବ୍‌କା ବିଶ୍ବାସ ମନ୍ତ୍ରକୁ ପୂରା କରିବାକୁ ନୀତି ଆୟୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆୟ ଏବଂ ରୋଜଗାର ବଢ଼ାଇବାକୁ ଏକ୍ସପୋର୍ଟ କ୍ଷେତ୍ରକୁ ଗୁରୁତ୍ବ ଦେବାକୁ ପଡ଼ିବ । ରାଜ୍ୟଗୁଡ଼ିକୁ ଏଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ରାଜ୍ୟଗୁଡ଼ିକୁ ନିଜର ଆର୍ଥିକ କ୍ଷମତା ବୁଝିବାକୁ ପଡ଼ିବ ଆଉ ଜିଡିପି ଟାର୍ଗେଟ୍‌ ବଢ଼ାଇବା ଉପରେ ଜୋର୍‌ ଦେବାକୁ ହେବ ।

ନୀତି ଆୟୋଗ ବୈଠକରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ ଭାବେ ଗୁରୁତ୍ବ ଦେବାକୁ କହିଥିଲେ । ଏଥି ସହ ଫୋନି ଜନିତ କ୍ଷୟକ୍ଷତି ପାଇଁ ସହାୟତା ଦାବି କରିଥିଲେ ।

ପରଫର୍ମାନ୍‌ସ୍‌, ଟ୍ରାନ୍‌ପରେନ୍ସି ଏବଂ ଡେଲିଭରିକୁ ଗୁରୁତ୍ବ ଦେଉଥିବା କେନ୍ଦ୍ର ସରକାର ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡ଼ିକ କେମିତି ତଳସ୍ତରରେ ସଫଳ ରୂପାୟନ ହୋଇପାରିବ ସେ ନେଇ ଭରପୁର ଚେଷ୍ଟା କରୁଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଏଥି ସହ ଗଭର୍ଣ୍ଣିଂ କାଉନସିଲ୍‌ ସଦସ୍ୟମାନଙ୍କୁ ଅପିଲ୍‌ କରିଥିଲେ ସେମାନେ ଏମିତି ସରକାରୀ ବ୍ୟବସ୍ଥା ପ୍ରସ୍ତୁତ କରିବା ଦରକାର ଯାହା ଲୋକଙ୍କ ପାଇଁ ଠିକ୍‌ ଢ଼ଙ୍ଗରେ କାମ କରିବ ଆଉ ଲୋକଙ୍କ ବିଶ୍ବାସ ହାସଲ କରିପାରିବ ।

   Related Posts