ବଜେଟ୍‌ ୨୦୨୦ରେ ନୂଆ ଇନକମ୍‌ ଟ୍ୟାକ୍ସ ବା ଆୟକର ସ୍ଲାବ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୦୨ - ବଜେଟ୍‌ ୨୦୨୦ରେ ଆୟକର ଦାତାଙ୍କ ପାଇଁ ନୂଆ ଇନକମ୍‌ ଟ୍ୟାକ୍ସ ସ୍ଲାବ ଘୋଷଣା କରାଯାଇଛି । ଏଥିରେ ଆୟକର ଦାତାଙ୍କ ପାଇଁ ଆୟକରକୁ ହ୍ରାସ କରାଯାଇଛି । ଏବେ ଆୟକର ବାବଦରେ ସରକାର ୪୦ହଜାର କୋଟି ଟଙ୍କା ହରାଇବେ । ନୂଆ ଇନକମ୍‌ ଟ୍ୟାକ୍ସ ସ୍ଲାବ ଅନୁସାରେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମାତ୍ର ୧୦ ପ୍ରତିଶତ ଆୟକର ଦେବେ ।

{"id":218352,"sizeSlug":"large"}

ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ୭.୫ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ନୂଆ ସ୍ଲାବ ଅନୁସାରେ ୧୫ ପ୍ରତିଶତ ଆୟକର ଦେବେ । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା ।

{"id":218470,"sizeSlug":"large"}

୧୦-୧୨.୫ ଲକ୍ଷ ଟଙ୍କା ଟଙ୍କା ଆୟ ପାଇଁ ୨୦ ପ୍ରତିଶତ ଆୟକର ଦେବେ । ପୂର୍ବରୁ ଏହା ୩୦ ପ୍ରତିଶତ ଥିଲା ।
୧୨.୫ରୁ ୧୫ ଲକ୍ଷ ଟଙ୍କା ରୋଜଗାର ପାଇଁ ୨୫ ପ୍ରତିଶତ ଆୟକର ଦେବେ । ଆଗରୁ ଏହା ୩୦ ପ୍ରତିଶତ ଥିଲା । ସେହିପରି ୧୫ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତି ୩୦ ପ୍ରତିଶତ ଆୟକର ଦେବେ । ଏହାର କର ଅପରିବର୍ତ୍ତିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.