ଲଞ୍ଚ ହେଲା ନୂଆ Honda Activa 125, ସ୍ମାର୍ଟ ଚାବି ସହ ରହିଛି ଅନେକ ଆକର୍ଷଣୀୟ ଫିଚର୍ସ…
28/03/2023 at 10:46 PM

ନୂଆଦିଲ୍ଲୀ, ୨୮/୦୩: ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ମଙ୍ଗଳବାର ଭାରତୀୟ ବଜାରରେ ଏହାର ନୂଆ ୨୦୨୩ Activa 125 ସ୍କୁଟର ଲଞ୍ଚ କରିଛି। ଏହି ନୂଆ ଅପଡେଟେଡ୍ ୨୦୨୩ Activa 125 H-Smart ଭାରିଏଣ୍ଟ, ଓବିଡି୨ ସହ ଲଞ୍ଚ କରାଯାଇଛି। ଖାଲି ସେତିକି ନୁହେଁ ଏହି ନୂଆ ଆକ୍ଟିଭା ୧୨୫ରେ ଅନେକ ସ୍ମାର୍ଟ ଫିଚର୍ସ ମଧ୍ୟ ଦିଆଯାଇଛି। ଯାହାକି ଚାଳକଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା ନୂଆ ଆକ୍ଟିଭାରେ କ’ଣ ନୂଆ ରହିଛି ଏବଂ ଏହାର ଅନ୍ୟାନ୍ୟ ଫିଚର୍ସ ତଥା ଦାମ୍ ବିଷୟରେ।
ଏଭଳି ରହିଛି ଫିଚର୍ସ:
ନୂଆ ଆକ୍ଟିଭା ୧୨୫ ର ଲୁକ୍ରେ ସେତେଟା ପରିବର୍ତ୍ତନ ହୋଇନଥିଲେ ବି ନୂଆ ମଡେଲରେ କମ୍ପାନୀ ଲେଟେଷ୍ଟ ଟେକ୍ନୋଲୋଜିର ଖୁବ୍ ବ୍ୟବହାର କରିଛି। ଫିଚର୍ସ ବିଷୟରେ କହିଲେ, ନୂଆ ହୋଣ୍ଡା ଆକ୍ଟିଭା ୧୨୫ ସ୍କୁଟରରେ ସାଇଡ୍ ଷ୍ଟାଣ୍ଡ୍ କଟ୍ ଅଫ୍ ସ୍ବିଚ୍, ଏକ୍ସଟରନାଲ ଫୁଏଲ ଫିଲର କ୍ୟାପ୍, ଏଲଇଡି ପୋଜିସନ୍ ଲ୍ୟାମ୍ପ ସହ ଏଲଇଡି ହେଡ୍ଲ୍ୟାମ୍ପ ରହିଛି। ରିୟଲ-ଟାଇମ ମାଇଲେଜ୍, କେତେ ଦୂରରେ ମାଇଲେଜ୍ ଶେଷ ହେବ, ଫୁଏଲ ଗେଜ, ହାରାହାରି ମାଇଲେଜ୍ ଏବଂ ସମୟ ଭଳି ଅନେକ ସୂଚନା ଥିବା ଡିଜିଟାଲ ଡିସପ୍ଲେ ଦେଖିବାକୁ ମିଳିବ।
ଇଞ୍ଜିନ୍ ଏବଂ ପାଓ୍ବାର:
ହୋଣ୍ଡା ଆକ୍ଟିଭା ୧୨୫ ର ଇଞ୍ଜିନ୍ ୬,୨୫୦ ଆରପିଏମରେ ୮.୧୯ ବିଏଚପି ପାଓ୍ବାର ଏବଂ ୫୦୦୦ ଆରପିଏମ ଉପରେ ୧୦.୪ ଏନଏମ ଟର୍କ ଜେନେରେଟ୍ କରିଥାଏ।
ମାଇଲେଜ୍:
ଏଥିରେ ଏକ ସ୍ବତନ୍ତ୍ର ଷ୍ଟାର୍ଟ ଏବଂ ଷ୍ଟପ୍ ଫିଚର ରହିଛି ଯାହା ସ୍କୁଟରର ମାଇଲେଜ୍ ବଢ଼ାଇବାରେ ସାହାଯ୍ୟ କରିବ। କମ୍ପାନି ମାଇଲେଜ୍ ବଢ଼ାଇବା ପାଇଁ ଫୁଏଲ ଏଫିସିଏଣ୍ଟ ଟାୟାରର ମଧ୍ୟ ବ୍ୟବହାର କରୁଛି। ଇଞ୍ଜିନ୍ ଇଏସପି ଫିଚର ସହ ରହିଛି। ସେହିଭଳି ସାଇଲେଣ୍ଟ ଷ୍ଟାର୍ଟ ଭଳି ଫିଚର ମଧ୍ୟ ସାମିଲ୍ ରହିଛି।
ସ୍ମାର୍ଟ ଫକ୍ସନ:
ତେବେ ସ୍କୁଟରର ସବୁଠୁ ଟପ୍ ଭାରିଏଣ୍ଟରେ ଏକ ସ୍ମାର୍ଟ ଚାବି ସିଷ୍ଟମ ରହିଛି। ଯେଉଁଥିରେ ସ୍ମାର୍ଟ ଫାଇଣ୍ଡ, ସ୍ମାର୍ଟ ସେଫ୍, ସ୍ମାର୍ଟ ଅନଲକ୍ ଏବଂ ସ୍ମାର୍ଟ ଷ୍ଟାର୍ଟ ଭଳି ଅନେକ ଫଙ୍କ୍ସନ ରହିଛି। ସ୍ମାର୍ଟ ଚାବିରେ ଥିବା ଆନ୍ସର ବଟନ୍ ଦ୍ବାରା ପାର୍କିଂରେ ସ୍କୁଟରକୁ ସହଜରେ ଖୋଜିପାରିବେ।
ସ୍ମାର୍ଟ ସେଫ୍ ଫିଚର:
ସ୍ମାର୍ଟ ସେଫ୍ ଫିଚର୍ରେ ଯଦି ଆପଣ ଗାଡ଼ି ଠାରୁ ୨ ମିଟର ଦୂରକୁ ଯାଉଛନ୍ତି ଗାଡ଼ି ଅଟୋମେଟିକ୍ ବନ୍ଦ ହୋଇଯିବ। ସେହିଭଳି ଯଦି ଆପଣ ୨ ମିଟର ରେଞ୍ଜ ଭିତରେ ଅଛନ୍ତି ତେବେ ଅଟୋମେଟିକ୍ ଇଗ୍ନିସନ ଅନ୍ ହୋଇଯିବ ଏହାପରେ ଆପଣ କେବଳ ଏକ ସ୍ବିଚ୍ ଅନ୍ କରି ଗାଡ଼ି ଷ୍ଟାର୍ଟ କରିପାରିବେ। କେବଳ ଅନ୍ ନୁହେଁ ସେହି ସ୍ବିଚ୍ ଦ୍ବାରା ଆପଣ ଫୁଏଲ୍ କ୍ୟାପ୍ ଏବଂ ହ୍ୟାଣ୍ଡେଲ୍ ମଧ୍ୟ ଖୋଲିପାରିବେ।
ଓବିଡି୨ ଫିଚର:
ଓବିଡି୨ ଫିଚର ଆପଣ ଗାଡ଼ିର ରିୟଲ ଟାଇମ୍ ପରଫରମାନ୍ସ ବିଷୟରେ ସୂଚନା ଦେବ ଏହା ସହ ଗାଡ଼ିର କୌଣସି ପାର୍ଟରେ ତ୍ରୁଟି ଥିଲେ ତାହା ଦର୍ଶାଇବ।
କଲର୍ ଏବଂ ଦାମ୍:
ସ୍କୁଟରକୁ ପାଞ୍ଚଟି କଲର୍ ଅପ୍ସନରେ ଲଞ୍ଚ କରାଯାଇଛି। ଯେଉଁଥିରେ ପର୍ଲ ନାଇଟ୍ ଷ୍ଟାର୍ଟ ବ୍ଲାକ୍, ହେଭି ଗ୍ରେ ମେଟାଲିକ୍, ରିବେଲ୍ ରେଡ୍ ମେଟାଲିକ୍, ପର୍ଲ ପ୍ରେଶିୟସ ହ୍ବାଇଟ୍ ଏବଂ ମିଡ୍ ନାଇଟ୍ ବ୍ଲୁ ମେଟାଲିକ୍ ଭଳି ରଙ୍ଗ ସାମିଲ୍ ରହିଛି।
ନୂଆ ଅପଡେଟେଡ ଆକ୍ଟିଭା ୧୨୫କୁ ଜାରି ଭାରିଏଣ୍ଟରେ ବିକ୍ରି କରାଯିବ। ଯେଉଁଥିରେ ଡ୍ରମ୍, ଡ୍ରମ୍ ଆଲଏ, ଡିସ୍କ ଏବଂ ଏଚ-ସ୍ମାର୍ଟ ଯାହା ନୂଆ ଟପ୍-ଅଫ୍-ଦ-ଲାଇନ୍-ଅପ୍ ଭାରିଏଣ୍ଟ। ଏହାର ଦାମ୍ ୭୮,୯୨୦ ଟଙ୍କାରୁ ଆରମ୍ଭ ହୋଇ ୮୮,୦୯୩ ଟଙ୍କା ଏକ୍ସ ସୋ-ରୁମ୍ ରହିଛି।