ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା କେତେ ଜାଣନ୍ତି? ନେପାଳ ସରକାର କଲେ ଘୋଷଣା

8/12/2020 at 4:12 PM

ନୂଆଦିଲ୍ଲୀ ୦୮/୧୨ : ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ୍ ଏଭରେଷ୍ଟ୍ ବିଷୟରେ କିଏ ବା ନଜାଣେ । ଉଚ୍ଚତାକୁ ନେଇ ଏଭରେଷ୍ଟ୍ ଶୃଙ୍ଗ ସାରା ବିଶ୍ବରେ ପରିଚିତ । ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହାର ଉଚ୍ଚତା ୮୮୪୮.୮୬ ମିଟର ରହିଛି । ମାଉଣ୍ଟ୍ ଏଭରେଷ୍ଟର ନୂଆ ଉଚ୍ଚତା ବିଷୟରେ ସୂଚନା ଦେଇଛନ୍ତି ନେପାଳର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲୀ । ସେ ଦେଇଥିବା ସୂଚନା ଅନୁଯାୟୀ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ୦.୮୬ ସେଣ୍ଟିମିଟର ବୃଦ୍ଧି ପାଇଛି ।

ବିଗତ କିଛି ବର୍ଷ ଧରି ଏଭରେଷ୍ଟ୍ ଗିରି ଶୃଙ୍ଗର ସଠିକ୍ ଉଚ୍ଚତା ଜାଣିବାପାଇଁ ପ୍ରୟାସ ଜାରି ରଖିଥିବା ନେପାଳ ମଙ୍ଗଳବାର ଏହାର ନୂଆ ଉଚ୍ଚତା ବିଷୟରେ ବିଧିବଦ୍ଧ ଭାବେ ସୂଚନା ଦେଇଛି । ୨୦୧୫ ମସିହାରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ମାଉଣ୍ଟ୍ ଏଭରେଷ୍ଟର ପ୍ରକୃତ ଉଚ୍ଚତା ବିଷୟରେ ଜାଣିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ତେବେ ୨୦୧୫ ଭୂମିକମ୍ପ ପୂର୍ବରୁ ଏଭରେଷ୍ଟ୍ ଶୃଙ୍ଗର ଉଚ୍ଚତା ୮୮୪୮ ମିଟର ଥିଲା ।

ତେବେ କିଛି ବିଶେଷଜ୍ଞ ଏବଂ ଅଧିକାରୀ ଏଭରେଷ୍ଟ୍ ପର୍ବତକୁ ପୁନଶ୍ଚ ମାପିବା ପାଇଁ ଯୋଜନା କରିଥିଲେ । ଏଥିରେ ନେପାଳ ସରକାର ମଧ୍ୟ ସହଯୋଗ କରିଥିଲେ । ତେବେ ୧୬୫ ବର୍ଷ ପୂର୍ବେ ଜଣେ ଭାରତୀୟ ଗଣିତଜ୍ଞଙ୍କ ଦ୍ବାରା ମାଉଣ୍ଟ୍ ଏଭରେଷ୍ଟକୁ ମପା ଯାଇଥିଲା । ଏହା ପରେ ପୁଣି ଥରେ ୧୯୫୪ ମସିହାରେ ଏଭରେଷ୍ଟ୍ ଗିରି ଶୃଙ୍ଗର ଉଚ୍ଚତା ମାପ କରାଯାଇଥିଲା । ସେବେ ଠାରୁ ଏଯାଏଁ ଏହାର ଉଚ୍ଚତା ୮୮୪୮ ମିଟର ବୋଲି ରହିଆସିଥିଲା । କିନ୍ତୁ ବର୍ତ୍ତମାନ ଏହାର ନୂଆ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଘେଷଣା କରାଯାଇଛି । ଏଭରେଷ୍ଟ୍ ବିଶ୍ବର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ ଭାବେ ଗଣାଯାଏ ।  

   Related Posts