ରାବଣପୋଡି ପାଇଁ ଆସିଲା ୨୮ଟି ଗାଇଡ୍‌ଲାଇନ୍‌, ମୁତୟନ ହେବେ ପାଞ୍ଚ ପ୍ଲାଟୁନ୍‌ ପୋଲିସ ଫୋର୍ସ

Published By : Prameya-News7 Bureau | October 05, 2022 IST

ଭୁବନେଶ୍ୱର ୦୫।୧୦ : ରାବଣ ପୋଡି ପାଇଁ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । ସୁରୁଖୁରୁରେ ରାବଣପୋଡି ପାଇଁ ୨୮ଟି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ତେବେ ଗାଇଡଲାଇନ୍‌ ଅନୁସାରେ, ରାବଣ ପୋଡି ପାଇଁ ଭୁବନେଶ୍ବରରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ । ୧୦୦ ମିଟର ଜୋନ ଭିତରେ କୌଣସି ଲୋକ ରହିବେ ନାହିଁ । କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କ ଠାରୁ ବାଣ କିଣାଯାଇପାରିବ । ରାବଣ ପୋଡି ଅଞ୍ଚଳରେ ବାରିକେଡର ବ୍ୟବସ୍ଥା କରାଯାଇଛି ।

ସେହିପରି ଭଷାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱର ୩ ଟି ଭସାଣି କମିଟି ରହିଛି । ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନ ଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ୩ ଜଣ ଅତିରିକ୍ତ ଡିସିପି ଭାଷାଣୀ ଦାୟିତ୍ୱରେ ରହିବେ । ୩୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ୪ଟି ଜାଗାରେ ରାବଣ ପୋଡି ପାଇଁ ଅନୁମତି ଦେଲା ଅଗ୍ନିଶମ ବାହିନୀ । ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳରେ ଥିବା ପୂଜା କମିଟିକୁ ଅନୁମତି ଦେଇଛି ଅଗ୍ନିଶମ ବାହିନୀ । ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ପୋଲିସ ଓ ଅଗ୍ନିଶମ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.